ମଇ ୨୬ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଚଳିତ ମାସ ୨୬ ତାରିଖରେ ଦୃଶ୍ୟମାନ ହେବାକୁ ଯାଉଛି। ଏହା ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ୨୦୧୯ ଜାନୁଆରୀ ୨୧ ତାରିଖ ପରବର୍ତ୍ତୀ ସମୟରେ ଏହା ପ୍ରଥମ ପୂର୍ଣ୍ଣ ଗ୍ରହଣ ହେବାକୁ ଯାଉଛି। ଗ୍ରହଣ ସମୟରେ ଚନ୍ଦ୍ର ଲୋହିତ-ହଳଦିଆ ରଙ୍ଗ ଦେଖାଯାଉଥିବାରୁ ଏହାକୁ ବ୍ଲଡ ମୁନ୍‍ ବୋଲି ମଧ୍ୟ କୁହାଯାଏ। ଏହିଦିନ ଚନ୍ଦ୍ର ପୃଥିବୀର ଅତି ନିକଟତର ହେଉଥିବାରୁ ସେହିଦିନ ସୁପରମୁନ୍‍ ମଧ୍ୟ ଦେଖିବାକୁ ମିଳିବ। ଅଷ୍ଟ୍ରେଲିଆ, ପଶ୍ଚିମ ଆମେରିକାର କିଛି ଭାଗ, ପଶ୍ଚିମ ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ-ପୂର୍ବ ଏସିଆର ନାଗରିକମାନେ ଏହି ସୁପର ବ୍ଲଡ ମୁନ୍‍ ଦେଖିବାକୁ ପାଇବେ। ଚନ୍ଦ୍ରର ପୂର୍ଣ୍ଣ ଗ୍ରହଣ ସମୟ ମାତ୍ର ୧୫ ମିନିଟ ରହିବ।

ଏହା ପରବର୍ତ୍ତୀ ସମୟରେ ଜୁନ ୧୦ରେ ସୂର୍ଯ୍ୟ ପରାଗ, ନଭେମ୍ବର ୧୯ରେ ଆଂଶିକ ଚନ୍ଦ୍ରଗ୍ରହଣ, ଡିସେମ୍ବର ୪ରେ ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ ମଧ୍ୟ ପରିଦୃଶ୍ୟ ହେବ।

Comments are closed.