ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା କଲେ ସରପଞ୍ଚ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ କୁଣ୍ଡଳା ପଞ୍ଚାୟତର ଗରୀବ ଅସହାୟ ବି.ପି.ଏଲ ପରିବାରର ଲୋକ ନିକଟରେ ମୃତ୍ୟୁ ବରଣ କରିଥିବା ତାଳପଦାର କ୍ଷେତୁ ପାତ୍ର, ଯଶୋଦା ତନ୍ତୀ, ନୂଆ ବନ୍ଧର ରାଜେଶ ପାତ୍ର, କୁଣ୍ଡଳାର ମଞ୍ଜୁବାଳା ମହାନ୍ତଙ୍କ ନିକଟ ସଂପର୍କୀୟ ଲୋକଙ୍କୁ ହରିଶ୍ୱନ୍ଦ୍ର ଯୋଜନାର ସହାୟତା ରାଶି ୨ ହଜାର ଟଙ୍କା କୁଣ୍ଡଳା ଗ୍ରାମ ପଞ୍ଚାୟତ ସରପଞ୍ଚ ଶତ୍ରୁଘ୍ନ ନାଏକ ଦ୍ୱାରା  ପ୍ରଦାନ କରାଯାଇଛି । ସହାୟତା ଅର୍ଥରାଶି ପ୍ରଦାନ ବେଳେ କୁଣ୍ଡଳା ଗ୍ରାମପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

 

Comments are closed.