MEllora 950×100

ଦିନ ଗୋଟାଏ ମୁଖ୍ୟ ଖବର

(୧) ଶୁଣୁନାହାନ୍ତି ସରକାର… ଜିଦରେ ଶିକ୍ଷକ… ଗୁରୁଙ୍କ ପାଇଁ ଚାଲିପାରୁନି ଗୃହ… ବିଧାନସଭାର ଷଷ୍ଠ ଦିନରେ ପୁଣି ଉଠିଲା ଶିକ୍ଷକ ପ୍ରସଙ୍ଗ… ପୋଡ଼ିୟମ ତଳେ ଧାରଣା ଦେଲେ ବିରୋଧୀ… ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ କଂଗ୍ରେସ ବିଧାୟକଙ୍କ ଧାରଣା… ଅପରାହ୍ଣ ୪ଟା ଯାଏଁ ମୁଲତବି ରହିଲା ଗୃହ… ବାଚସ୍ପତି ଡକାଇଲେ ସର୍ବଦଳୀୟ ବୈଠକ…

(୨) ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି… ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର… ୧, ୨, ୩, ୪ ନମ୍ବର ପାଇଁ ସମୟସୀମା ଆଉ ମାସେ ବୃଦ୍ଧି… ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ହୋଇଥିବା ସତ୍ୟପାଠରେ ଉଲ୍ଲେଖ… ବୁକିଂ ହୋଇନଥିଲେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ…

(୩) ଅର୍ଚ୍ଚନା ନାଗ ମାମଲା… ଖଗେଶ୍ୱରର ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀଙ୍କୁ ଜେରା କରୁଛି ଇଡି… ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ପ୍ରସଙ୍ଗକୁ ନେଇ ଚାଲିଛି ପଚରାଉଚରା… ନାଗ ଦମ୍ପତିଙ୍କ ସହ କ’ଣ ରହିଛି ସମ୍ପର୍କ ?… କେଉଁଠୁ ଆସୁଥିଲା ପୁଳାପୁଳା ଟଙ୍କା… କେମିତି ହେଉଥିଲା ଡିଲ୍‌ ସେନେଇ ଜେରା କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ…

(୪) ସମ୍ବଲପୁର କଚେରି ଛକରେ ପୁଲିସ ଓକିଲ ମୁହାଁମୁହିଁ… ଓକିଲଙ୍କ ଟେଣ୍ଟ ଉପାଡ଼ି ଫିଙ୍ଗିଦେଲା ପୁଲିସ… ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ପୁଲିସର କାର୍ଯ୍ୟାନୁଷ୍ଠାନ… ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନରତ ଓକିଲଙ୍କ ଉତ୍ତେଜନା… ରାସ୍ତାରୁ ଫେରିଗଲେ ବିଚାରପତି…

(୫) କାହାର ହେବ ଗୁଜରାଟ ?… ନିର୍ବାଚନ ପାଇଁ କଡ଼ା କସରତ କରିଛନ୍ତି ସମସ୍ତ ଦଳ … ଆସନ୍ତାକାଲି ୮୯ଟି ଆସନ ପାଇଁ ହେବ ମତଦାନ… ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଗୁଜରାଟବାସୀ… ଗଡ଼ ବଞ୍ଚାଇବାକୁ ବିଜେପିର ଜୋରଦାର ପ୍ରୟାସ… କଂଗ୍ରେସ ଓ ଆପ୍‌ ମଧ୍ୟ କରିଛନ୍ତି କଡ଼ା କସରତ…

(୬) ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ… ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ଦର୍ଶନ ଦେବେନି ଶ୍ରୀଜିଉ… ସିଂହାସନରେ ଦାରୁବ୍ରହ୍ମଙ୍କ ହେବ ବନକଲାଗି ନୀତି… ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ ଦତ୍ତ ମହାପାତ୍ର ସେବକ…

(୭) ଜାଡ଼ରେ ଥରୁଛି ଓଡ଼ିଶା… ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ… ରାତିରେ ଖସୁଛି ତାପମାତ୍ରା… ଅନେକ ସ୍ଥାନରେ ଦେଖାଦେଲାଣି କୁହୁଡ଼ି… ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି ଲୋକେ…

 

Comments are closed.