ଦିଲ୍ଲୀରେ ଅକ୍ଟୋବର ଏକ ତାରିଖରୁ ମାସ୍କ ପାଇଁ ଆଦାୟ ହେବନି ଜୋରିମାନା

ନୂଆଦିଲ୍ଲୀ – ଅକ୍ଟୋବର ଏକ ତାରିଖରୁ ମାସ୍କ ପାଇଁ ଆଉ ଜୋରିମାନା ଆଦାୟ କରାଯିବ ନାହିଁ । କୋଭିଡ୍‌ ବ୍ୟାପିବା ପରଠାରୁ ଦିଲ୍ଲୀରେ ମାସ୍କ ପିନ୍ଧିବା କଡା କଡି କରାଯାଇଥିଲ। ବିନା ମାସ୍କରେ ବୁଲୁଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିଲା।

ଏବେ ଏହି ନିୟମକୁ କୋହଳ କରାଯାଇଛି । ଅକ୍ଟୋବର ଏକ ତାରିଖଠାରୁ ମାସ୍କ ନ ପିନ୍ଧିଲେ ଦିଲ୍ଲୀରେ ଆଉ ଜୋରାମାନା ଆଦାୟ କରାଯିବ ନାହିଁ । ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଇଥିବାରୁ ଏହି ମାସ୍କ ବାଧ୍ୟତାମୂଳକ ନିୟମକୁ ହଟାଇ ଦିଆଯିବ ବୋଲି ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୩୧ ତାରିଖରେ ମାସ୍କ ଜୋରିମାନା ହଟାଇ ଦିଆଯାଇଥିଲା । ମାତ୍ର ପରେ ସଂକ୍ରମଣ ବୃଦ୍ଧି ପାଇବାରୁ ଏହାକୁ ପୁଣି ଥରେ ଲାଗୁ କରାଯାଇଥିଲା । ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି ।

Comments are closed.