ପୋଖରୀରେ ବୁଡ଼ି ନାବାଳକ ମୃତ

ବାଲେଶ୍ବର: ବାଲେଶ୍ବର ଜିଲା ଖଇରା ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳକଙ୍କ ନାମ ପୁଅ ଓମ ପ୍ରକାଶ ସାହୁ (୮)। ସୂଚନା ଅନୁସାରେ, ଖଇରା ବ୍ଲକ ଅଚ୍ୟୁତପୁର ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ପୁଅ ଓମ ପ୍ରକାଶ ସାହୁ(୮) ସାଙ୍ଗ ମାନଙ୍କ ସହ ଖେଳୁଥିଲାବେଳେ ଅସାବଧାନତା ବଶତଃ ଓମ୍‌ ପାଖରେ ଥିବା ଏକ ପୋଖରୀରେ ପଡ଼ି ଯାଇଥିଲା । ଓମ୍‌ ପୋଖରୀରେ ବୁଡି ଯାଉଥିବା ଦେଖି ସାଙ୍ଗମାନେ ଘର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ପରିବାର ଲୋକେ ପୋଖରୀରୁ ଓମ୍‌କୁ ଉଦ୍ଧାର କରି ତୁଡିଗଡ଼ିଆ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ  ସୋର୍‌ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଓମଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଓମ୍ ତୁଡିଗଡ଼ିଆ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ପଢୁଥିଲେ ବୋଲି ଜଣାପଡିଛି ।

 

Comments are closed.