ଦିନକରେ ୧୯୩୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗତକାଲି ଗୋଟିଏ ଦିନରେ ୧୯୩୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଗତକାଲି ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ତଳେ ରହିଛି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୧୧୭ ଓ ସ୍ଥାନୀୟ ସଂକ୍ରମିତ ୮୧୩ ଜଣ ରହିଥିବା ଜଣାଯାଇଛି।
ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୨୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଭଦ୍ରକରୁ ୯୮, ବଲାଙ୍ଗିରରୁ ଜଣେ, ବଉଦ ୩, ଅନୁଗୁଳ ୫୦, ବାଲେଶ୍ୱର ୧୩୪, ବରଗଡରୁ ୧୨ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ହାର ୩.୦୯% ରହିଛି।
ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁରରୁ ୧୨୫, କେନ୍ଦ୍ରାପଡାରୁ ୧୨୩, ମୟୁରଭଞ୍ଜରୁ ୯୮, ନବରଙ୍ଗପୁର ଜିଲାରୁ ୫ ଜଣ ଚିହ୍ନଟ ହୋଇଛନ୍ତି।
ଏହି ସମୟ ମଧ୍ୟରେ କୋରାପୁଟ ଜିଲାରୁ ୧୪, ମାଲକାନଗିରି ୨୮, କନ୍ଧମାଳ ୨୭, କେନ୍ଦ୍ରାପଡା ୧୨୩ ଓ କେନ୍ଦୁଝରରୁ ୪୮ ଜଣ ଚିହ୍ନଟ ହୋଇଛନ୍ତି। ନୟାଗଡ ଜିଲାରୁ ୫୮, ନୂଆପଡା ୨, ପୁରୀ ୨୭, ରାୟଗଡା ୩୮, ସମ୍ବଲପୁର ୨୫, ସୋନପୁରରୁ ୫ ଜଣଙ୍କୁ ଚିହ୍ନଟ କରାଯାଇଛି।
ସେହିଭଳି ସୁନ୍ଦରଗଡ ଜିଲାରୁ ୯୪ ଓ ଷ୍ଟେଟପୁଲରୁ ୭୫ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments are closed.