ଆଉ ୧୭୯ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରୁ ଆଉ ୧୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ରେ ପହଞ୍ଚିଛି। ଶନିବାର ଚିହ୍ନଟ ହୋଇଥିବା ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୨୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୧୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିରେ ଅଗ୍ନିଶମ ଓ ଓଡ୍ରାଫ୍ ବିଭାଗର ୧୮ଜଣ ଯବାନ ଆକ୍ରାନ୍ତ ଥିବା ଜଣାଯାଇଛି।


ଶନିବାର ଚିହ୍ନଟ ହୋଇଥିବା ୧୭୯ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୫୭ ଜଣ, ଖୋର୍ଦ୍ଧା ଜିଲାରୁ ୨୭ ଜଣ, କେନ୍ଦୁଝର ଜିଲାରୁ ୧୮ ଜଣ, କଟକଜିଲାରୁ ୧୫ ଜଣ, ମୟୂରଭଞ୍ଜ ଜିଲାରୁ ୧୦ଜଣ, ଅନୁଗୋଳ ଜିଲାରୁ ୬ ଜଣ, ଭଦ୍ରକ ଜିଲାରୁ ୫ ଜଣ, ରାୟଗଡ଼ା ଜିଲାରୁ ୫ ଜଣ, କେନ୍ଦ୍ରାପଡ଼ା ଜିଲାରୁ ୫ ଜଣ, ଜଗତସିଂହପୁର ଜିଲାରୁ ୪ ଜଣ, ଯାଜପୁର ଜିଲାରୁ ୩ ଜଣ, ବରଗଡ ଜିଲାରୁ ୨ ଜଣ, ମାଲକାନଗିରି ଜିଲାରୁ  ୨ ଜଣ, ନବରଙ୍ଗପୁର ଜିଲାରୁ ଜଣେ ଏବଂ ଦେବଗଡ ଜିଲାରୁ ଜଣେ ରହିଛନ୍ତି ।


ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୧୯ ହଜାର ୭୭୪ ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୪ ହଜାର ୮୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେଥିମଧ୍ୟରୁ ୩ ହଜାର ୨୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି ଏବଂ ୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ ଯୋଗୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୪୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍କିତ ହେଉଛନ୍ତି।

Comments are closed.