ବିମାନ ଆକ୍ରମଣରେ ୧୭ ଆଫଗାନ୍‍ ପୁଲିସ୍‍ କର୍ମୀ ମୃତ

କାବୁଲ : ଆଫଗାନିସ୍ତାନ ହେଲମଣ୍ଡ ପ୍ରାନ୍ତର ରାଜାଧାନୀ ଲସ୍କର ଗାହ ଉପକଣ୍ଠରେ ତାଲିବାନ ଆତଙ୍କବାଦୀଙ୍କ ସହ ସଂଘର୍ଷ ବେଳେ ଭୁଲ ବଶତଃ ବିମାନ ଆକ୍ରମଣରେ ୧୭ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଛି।
ପ୍ରାନ୍ତୀୟ ପରିଷଦ ମୁଖ୍ୟ ଉତାଉଲ୍ଲା କହିଛନ୍ତି ଯେ ଲସ୍କର ଗାହ ସହର ନିକଟରେ ବୁଧବାର ତାଲିବାନ ଆତଙ୍କବାଦୀ ଓ ଆଫଗାନ ପୁଲିସ୍‍ଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବାବେଳେ ବିମାନରୁ ତାଲିବାନୀଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଭୁଲ ବଶତଃ ପୁଲିସ୍‍ କର୍ମୀମାନେ ଏହାର ଶିକାର ହୋଇଥିଲେ। ଏଥିରେ ୧୭ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଛି ଓ ୧୪ ଜଣ ଆହତ ହୋଇଛନ୍ତି। ଆମେରିକା ଓ ଆଫଗାନିସ୍ତାନ ମଧ୍ୟରୁ କେଉଁ ସେନା ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ହେଲମଣ୍ଡ ଗଭର୍ଣ୍ଣର ମହମ୍ମଦ ୟାସିନ ବିମାନ ଆକ୍ରମଣର ତଦନ୍ତ ନିର୍ଦେଶ ଦେଇଛନ୍ତି। ତାଲିବାନ ଏହି ବିମାନ ଆକ୍ରମଣ ପାଇଁ ଆମେରିକାକୁ ଦାୟୀ କରିଛି।

Comments are closed.