ଦାର୍ଜିଲିଂର ୧୭ କାଉନସିଲର ବିଜେପିରେ ସାମିଲ

ନୂଆଦିଲ୍ଲୀ: ଦାର୍ଜିଲିଂ ନଗର ନିଗମର ୧୭ ଜଣ ପରିଷଦ ସଦସ୍ୟ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ସେହି ନଗର ନିଗମରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିଛି। ବିଜେପି ନେତା ମୁକୁଲ ରାୟ ସେହି ୧୭ ଜଣ ପରିଷଦ ସଦସ୍ୟଙ୍କୁ ଔପଚାରିକ ଭାବେ ଦଳରେ ସାମିଲ କରିବା ପରେ ସାମ୍ବାଦିକମାନଙ୍କୁ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ ସହାୟତାରେ ଜନ ପ୍ରତିନିଧି ଏବଂ ସେମାନଙ୍କ ସମର୍ଥକଙ୍କୁ ହଇରାଣ ହରକତ କରୁଛନ୍ତି। ସମ୍ପୃକ୍ତ ୧୭ ଜଣ ପରିଷଦ ସଦସ୍ୟ ପୂର୍ବରୁ ଗୋର୍ଖା ଜନମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଥିଲେ।

ସେ କହିଛନ୍ତି, ରାଜ୍ୟରେ ଲୋକତନ୍ତ୍ରର ମୂଲ୍ୟବୋଧ ବଞ୍ଚେଇ ରଖିବା ପାଇଁ ଲଢେଇ ଜାରି ରହିବ। ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତାଙ୍କ ବିରୁଦ୍ଧରେ ଲୋକମତ ଯାଇଥିବାରୁ ସେ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକମାନଙ୍କୁ ପୁଲିସ ଦ୍ୱାରା ହଇରାଣ କରୁଛନ୍ତି।

ରାୟ କହିଛନ୍ତି ଯେ ୩୨ ଆସନ ବିଶିଷ୍ଟ ଦାର୍ଜିଲିଂ ନଗର ନିଗମରେ ବିଜେପିକୁ ଏବେ ସଂଖ୍ୟା ଗରିଷ୍ଠତା ମିଳିଛି। ନିଗମରେ ଦୁଇଟି ଆସନ ଖାଲି ରହିଛି। ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ୨୫୦ରୁ ଅଧିକ ଆସନ ଅକ୍ତିଆର କରିବା ବୋଲି ସେ କହିଛନ୍ତି।

Comments are closed.