ଦେଶରେ ଆଉ ୧୬,୩୨୬ ନୂଆ ସଂକ୍ରମିତ, ୬୬୬ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁସଂଖ୍ୟାରେ ହଠାତ ବଡଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଦିନକ ମଧ୍ୟରେ ୧୭,୬୭୭ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩,୩୫,୩୨,୧୨୬ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଦେଶରେ ୧,୭୩,୭୨୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦୈନିକ ସଂକ୍ରମଣ ହାର ୧.୨% ଓ ସାପ୍ତାହିକ ହାର ୧.୨୪% ରହିଛି । ଅନ୍ୟପକ୍ଷରେ ଆରୋଗ୍ୟ ହାର ୯୮.୧୬% ରହିଥିବା ଜଣାଯାଇଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୫୯.୮୪ କୋଟି ନମୁନା ପରୀକ୍ଷା କରାଯିବା ସହିତ ୧୦୧.୩୦ କୋଟି ପାନ ଟିକା ଦିଆଯାଇଛି ।

Comments are closed.