ଲକଡାଉନରେ ବନ୍ଧୁକଧାରୀଙ୍କ ଗୁଳିମାଡ଼, ୧୬ ମୃତ

ଓଟାୱା: କାନାଡାର ନୋୱା ସ୍କୋଟିୟା ପ୍ରଦେଶରେ ପୁଲିସ ପୋଷାକରେ ଥିବା ଜଣେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ଯୋଗୁ ଲକଡାଉନ ଜାରି ରହିଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି। କାନାଡ଼ା ଇତିହାସରେ ଏହା ସବୁଠାରୁ ଭୟଙ୍କର ହିଂସା ଘଟଣା ବୋଲି କୁହାଯାଉଛି। ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ନାମ ଗ୍ରାବିଏଲ ୱାର୍ଟମ୍ୟାନ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ଗୁଳିରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୨ ଘଣ୍ଟା ଧରି ଏହି ଗୁଳିକାଣ୍ଡ ଘଟିଥିବାବେଳେ ଜଣେ ପୁଲିସ କର୍ମୀଙ୍କର ମୃତ୍ୟୁ ଘଟିଛି।

Comments are closed.