ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୧୬ ସିଡିପିଓ

ଭୁବନେଶ୍ବର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ୧୬ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ଙ୍କୁ ବଦଳି କରାଯାଇଛି। ଏସ୍‌.ଗୀତାଙ୍କୁ ଉମରକୋଟରୁ କଳାହାଣ୍ଡି, ଯଶୋବନ୍ତି ସାହୁଙ୍କୁ ଦିଗପହଣ୍ଡିରୁ ଢେଙ୍କାନାଳ, ସଙ୍ଗିତା ପାତ୍ରଙ୍କୁ କୁକୁଡ଼ାଖଣ୍ଡିରୁ ମାଲକାନଗିରି, ସରୋଜବାଳା ଆଚାର୍ଯ୍ୟଙ୍କୁ ଧରାକୋଟରୁ ବାଲେଶ୍ବର, କୃଷ୍ଣାକୁମାରୀ ପ୍ରଧାନଙ୍କୁ ବେଲଗୁଣ୍ଠାରୁ କେନ୍ଦ୍ରାପଡ଼ା, ଜୟନ୍ତୀ ପତାପିଙ୍ଗୁଆଙ୍କୁ ସେରଗଡ଼ରୁ ମୟୂରଭଞ୍ଜ, ସୁରମା ମହାପାତ୍ରଙ୍କୁ ଗଞ୍ଜାମରୁ ନୟାଗଡ଼, ଇନ୍ଦିରା ପ୍ରଧାନଙ୍କୁ ମାଥିଲିରୁ ମାଲକାନଗିରି, ଅନ୍ନପୂର୍ଣ୍ଣା ବୁରୁଡ଼ାଙ୍କୁ ଚିତ୍ରକୋଣ୍ଡାରୁ କର୍ଲାମୁଣ୍ଡା, ସ୍ନେହଲତା ସାହୁଙ୍କୁ କୋରେଇରୁ ଡେରାବିଶ, ଶକୁନ୍ତଳା ନାଏକ୍‌ଙ୍କୁ ବଲାଙ୍ଗିରରୁ କୋରେଇ, ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ ଯାଜପୁରରୁ ବାସୁଦେବପୁର, କାଞ୍ଚନ ରାମ୍‌ଙ୍କୁ ନିଳଗିରିରୁ ଯାଜପୁର, ସୁରମା ସେଠ୍‌ଙ୍କୁ ନବରଙ୍ଗପୁରରୁ ଭଟାଲି, ଲକ୍ଷ୍ମୀପ୍ରିୟା ବହିଦାରଙ୍କୁ ବଅଁରପାଳରୁ ଲକ୍ଷନ୍‌ପୁର ଏବଂ କୁସୁମ କୁମାରୀ ସାହୁଙ୍କୁ ମୋହନାରୁ କୁକୁଡ଼ାଖଣ୍ଡିକୁ ବଳଳି କରାଯାଇଛି। ତେବେ ଧାମନଗର ସିଡିପିଓ ନମିତା ଦାଶଙ୍କ ବଦଳି ବାତିଲ କରାଯାଇଛି ଏବଂ ସେଠାରେ ସେ କାମ କରିବା ପାଇଁ ଅନୁମତି ଦିଆଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.