ଦେଶରେ ଚିହ୍ନଟ ହେଲେ ୧୫,୭୮୬ ନୂଆ କରୋନା ଆକ୍ରାନ୍ତ; ୨୩୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫,୭୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୩୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ କରୋନାରୁ ୧୮,୬୪୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୫,୧୪,୪୪୯ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୧,୭୫,୭୪୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି । ଦୈନିକ ସଂକ୍ରମଣ ୧.୧୯% ଏବଂ ସାପ୍ତାହିକ ସଂକ୍ରମଣ ୧.୩୧% ରହିଛି । ଏଥିସହିତ ଆରୋଗ୍ୟ ହାର ୯୮.୧୬% ହୋଇଛି । ଗୁରୁବାର ସୁଦ୍ଧା ମୋଟ ୫୯,୭୦,୬୬,୪୮୧ ନମୁନା ପରୀକ୍ଷା କରାଯାଇଛି । କେବଳ ଗୁରୁବାର ଦିନକ ମଧ୍ୟରେ ୧୩,୨୪,୨୬୩ ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ମଧ୍ୟରେ ମୋଟ ୧୦୦.୫୯ କୋଟି ପାନ ଟିକା ଦିଆଯାଇଛି ।

Comments are closed.