ରାଜ୍ୟରେ ନୂଆ ୧୫୫ କରୋନା ରୋଗୀ; ସୁସ୍ଥ ହେଲେ ୧୭୪

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୫୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୧୭୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୨ ଜଣ ରହିଛନ୍ତି। ସଂଗରୋଧରୁ ୯୧ ଓ ସ୍ଥାନୀୟ ସଂକ୍ରମିତ ୬୪ ଜଣ ଥିବା ଜଣାଯାଇଛି। ଅନୁଗୁଳରେ ୧, ବାଲେଶ୍ୱର ୧, କଟକ ୮, ଦେବଗଡ ୭, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୨, ଯାଜପୁରରେ ୪ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡା ୪. କଳାହାଣ୍ଡି ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୮୪, ମୟୁରଭଞ୍ଜ ୧, ପୁରୀ ୧, ରାୟଗଡା ୧, ସମ୍ବଲପୁର ୧୦, ସୁନ୍ଦରଗଡ ୩ ଓ ଷ୍ଟେଟପୁଲରୁ ୨୦ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ ୧୦୪୩୨୧୯ ଜଣ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୧୭୮୪ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Comments are closed.