କୋଭିଡ ଟିକାକରଣ କ୍ଷେତ୍ରରେ ଭାରତର କିର୍ତ୍ତିମାନ : ୧୫୦ କୋଟି ଟପିଲା ଟିକାଦାନ

ନୂଆଦିଲ୍ଲୀ : କୋଭିଡ ଟିକାକରଣ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ  ସଫଳତା ହାସଲ କରିଛି । ୧୫୦ କୋଟି ପାନ ଟିକାଦାନ କରି ଭାରତ ଏହି କିର୍ତ୍ତିମାନ ସ୍ଥାପନ କରିଛି । ଶୁକ୍ରବାର ଦିନ ୨ଟା ସୁଦ୍ଧା ଦେଶରେ ୧୫୦ କୋଟିରୁ ଅଧିକ ପାନ ଟିକାଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୂତନ ବର୍ଷର ପ୍ରଥମ ସପ୍ତାହ ତଥା ପ୍ରଥମ ମାସରେ ଦେଶ ଏହି ସଫଳତା ହାସଲ କରିଛି । ଏହା ଦେଶବାସୀଙ୍କର ସାମର୍ଥ୍ୟର ପ୍ରତୀକ ବୋଲି  ପ୍ରଧାନମନ୍ତ୍ରୀ  କହିଛନ୍ତି।

ଏପର୍ଯ୍ୟନ୍ତ ଦେଶରେ ୧୫୦ କୋଟି ୧୭ ଲକ୍ଷ ୨୩ ହଜାର ପାନରୁ ଅଧିକ ଟିକା ଦିଆଯାଇଛି । ୮୭ କୋଟି ୭୩ ଲକ୍ଷ ୧୪ ହଜାରରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୬୨ କୋଟି ୪୪ ଲକ୍ଷ ୮ ହଜାରୁ ଅଧିକ ଦ୍ବିତୀୟ ପାନ ଟିକା ଦିଆଯାଇଛି । କେବଳ ଆଜି ଅପରାହ୍ନ ସୁଦ୍ଧା ଗୋଟିଏ ଦିନରେ ୪୬ ଲକ୍ଷ ପାନରୁ ଅଧିକ ଟିକା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଏପର୍ଯ୍ୟନ୍ତ ୫ କୋଟି ୧୮ ଲକ୍ଷ ୨୦ ହଜାର ପାନରୁ ଅଧିକ ଟିକା ଦିଆଯାଇଛି।

Comments are closed.