ବନ୍ଦ ପାଳନ ବେଳେ କେବଳ ରାଜଧାନୀକୁ ଜଗିବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ଦେଶବ୍ୟାପି ବନ୍ଦ ପାଳନ ଡାକରା ଦିଆଯାଇଛି। ବନ୍ଦ ପାଳନ ବେଳେ ହିଂସାକୁ ଦୃଷ୍ଟରେ ରଖି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯିବ। କେବଳ ରାଜଧାନୀ ଭୁବନେଶ୍ବରରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିବେ। ବିଭିନ୍ନ ଛକରେ ପୁଲିସ ଓ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ। ରେଳ ଓ ବସ ଚଳାଚଳ ସ୍ବାଭାବିକ କରିବା ଉପରେ ଗୁରୁତ୍ବ ଦିଆଯିବ। ସଚିବାଳୟ ଓ ସ୍କୁଲରେ ପୁଲିସ ସଜାଗ ରହିବେ। ଏନେଇ ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

 

Comments are closed.