ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌, ୧୫ ଅସୁସ୍ଥ

ପାରାଦ୍ବୀପର ଏକ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇ ୧୫ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଅସୁସ୍ଥଙ୍କ ମଧ୍ୟରେ ଜଣେ ୮ବର୍ଷର ଶିଶୁ ଅଛନ୍ତି।

ପ୍ରୋସେସିଂ ପ୍ଲାଣ୍ଟରୁ କିପରି ଗ୍ୟାସ ଲିକ୍‌ ହେଲା ତାହାର କାରଣ ଜଣାପଡ଼ିନାହିଁ। ଗ୍ୟାସ ନିୟନ୍ତ୍ରଣ କରିବା ଲାଗି ନିକଟସ୍ଥ ଶିଳ୍ପାଞ୍ଚଳର ଟେକ୍ନିସିଆନଙ୍କୁ ଡକାଯାଇଥିବା ସୂଚନା ମିଳିଛି। ଗ୍ୟାସ ଲିକ୍‌ ହୋଇଥିବା ନେଇ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ଉପନିର୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ସ୍ପଷ୍ଟ କରିଛନ୍ତି।

Comments are closed.