ପ୍ରଧାନଶିକ୍ଷକଙ୍କ ଅସଦାଚରଣରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଲେ ୧୫ ଛାତ୍ରୀ

କେନ୍ଦୁଝର: ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅତିଷ୍ଠ ହେବାରୁ ହଷ୍ଟେଲ ଛାଡ଼ିଲେ ୧୫ ଛାତ୍ରୀ। ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଯୋଡ଼ା ବ୍ଲକର ଏକ ଆବାସିକ ବିଦ୍ୟାଳୟରେ ଘଟିଛି। ପୁଲିସ ଛାତ୍ରୀମାନଙ୍କୁ ବୁଝାଶୁଝା କରି ହଷ୍ଟେଲରେ ଛାଡ଼ିଛି।

ସୂଚନା ଅନୁସାରେ, ଉକ୍ତ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିଲେ। ପ୍ରଧାନଶିକ୍ଷକଙ୍କ ଏଭଳି ହରକତରେ ଛାତ୍ରୀମାନେ ଅତିଷ୍ଠ ହୋଇପଡ଼ିଥିଲେ। ତେଣୁ ହଷ୍ଟେଲରେ ରହୁଥିବା ୪୦ ଛାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଶୁକ୍ରବାର ସନ୍ଧ୍ୟାରେ ହଷ୍ଟେଲ ଛାଡ଼ି ନିକଟ ଏକ ଗାଁକୁ ଚାଲିଯାଇ ଶରଣ ନେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରି ହଷ୍ଟେଲରେ ଛାଡ଼ିଛି।

Comments are closed.