କାଳୀ ପୂଜା: ମା’ କାମରୂପା, ଉଗ୍ରତାରା ଓ ଦକ୍ଷିଣକାଳୀ ପୀଠରେ ଜାରି ହେବ ୧୪୪ ଧାରା

ଚଳିତବର୍ଷ କାଳୀ ପୂଜା ପାଇଁ ବୀରଗୋବିନ୍ଦପୁର ମା’ ଦକ୍ଷିଣକାଳୀ ପୀଠ, ବୀରପ୍ରତାପୁରର ମା’ କାମରୂପା ପୀଠ ଓ ସମଯାଜପୁରର ମା’ ଉଗ୍ରତାରା ପୀଠରେ ଆସନ୍ତା ୪ ତାରିଖ ଓ ୫ ତାରିଖରେ ଦୁଇ ଦିନ ଧରି ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯିବ। ଏ ସମ୍ପର୍କରେ ସୂଚନା ଦେଇ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ଯେ ଠାକୁରାଣୀଙ୍କ ନୀତିକାନ୍ତିରେ ସାମିଲ୍‍ ହେଉଥିବା ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯିବ। କୋଭିଡ଼ କଟକଣା ପାଇଁ ଦୁଇ ବର୍ଷ ଧରି ମା’ଙ୍କ ଯାତ୍ରାରେ ଜନ ସମାଗମକୁ ବନ୍ଦ କରାଯାଇଛି। କେବଳ ମା’ଙ୍କ ନୀତିକାନ୍ତି ପାଇଁ ସେବାୟତମାନେ ନିୟୋଜିତ ହୋଇଛନ୍ତି। ବିଗତ ବର୍ଷ ପରି ଚଳିତବର୍ଷ ମା’ଙ୍କ ବିଧିବିଧାନ ଯଥାରୀତି କରାଯିବ ବୋଲି ମା’ ଦକ୍ଷିଣକାଳୀଙ୍କ ମନ୍ଦିର ଟ୍ରଷ୍ଟବୋର୍ଡ଼ର ସମ୍ପାଦକ ସୂଚନା ଦେଇଛନ୍ତି।

Comments are closed.