ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା; ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି

ଆସନ୍ତାକାଲି ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଦୀପାବଳିରେ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ସିଂହଦ୍ବାର ଓ ଏହାର ଚତୁଃପାର୍ଶ୍ବରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଆସନ୍ତାକଲି ପ୍ରାତଃ ୪ ଘଟିକା ସମୟରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ । କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ କଟକଣା ଉଲ୍ଲଂଘନ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତାକାଲି ସାଧାରଣ ଦର୍ଶନ ବନ୍ଦ ନିମନ୍ତେ ଶ୍ରୀମନ୍ଦିର ବନ୍ଦ ରହିବ। ଉକ୍ତ ସମୟ ମଧ୍ୟରେ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶାନୁମତି ରହିବ । ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ ।

Comments are closed.