କରେନା କଟକଣା ଯୋଗୁ ଫିକା ପଡ଼ିଲା ବଣଭୋଜି

ଚୌଦ୍ୱାର : କୋଭିଡ଼ ପାଇଁ ଜାରୀ କରାଯାଇଥିବା କଟକଣା ଯୋଗୁ ଚୌଦ୍ୱାର ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳି ନୂଆ ବର୍ଷ ଦିନ ଶୂନଶାନ୍ ହୋଇ ପଡ଼ିଛି । ସେଥି ମଧ୍ୟରୁ ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ପରିବେଶରେ ଭରା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁୁସିତ ବେରେଣା-କୋଚିଳା ନୂଆଗାଁ ନିକଟସ୍ଥ ବନଦେବୀ ଡମ ଡମଣୀ ପୀଠଟି ମଧ୍ୟ ଜନଶୂନ୍ୟ ଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ବଡ଼ଦିନ, ନୂଆବର୍ଷ ଆଦି ଦିନରେ ବଣଭୋଜି ପାଇଁ ଏହି କ୍ଷେତ୍ରରେ ପ୍ରବଳ ଭିଡ଼ ଜମିଥାଏ । ରାଜ୍ୟର ବିଭିନ୍ନ ପ୍ରନ୍ତରୁ ଶହଶହ ପର୍ଯ୍ୟଟକ ଓ ବଣଭୋଜି ଦଳ ଏହି ପୀଠରେ ବଣଭୋଜି କରିବା ସହିତ ସୁଉଚ୍ଚ ପାହାଡ଼, ଘନ ଜଙ୍ଗଲ, କୁୁଳୁକୁଳୁ ପାହାଡ଼ି ଝରଣା, ଜଳପୂର୍ଣ୍ଣ ଡ୍ୟାମ୍ ଆଦିର ନୈଶ୍ୟ ଦୃଶ୍ୟ ଉପଭୋଗ କରିଥାନ୍ତି । ହେଲେ କରୋନା କଟକଣାପଇଁ ଚଳିତ ବର୍ଷ ନୂଆ ବର୍ଷରେ ଡମଣୀ ପୀଠରେ ଜନ ସମାଗମ ଓ ବଣଭୋଜି ବାରଣ କରାଯାଇଥିବାରୁ ସମଗ୍ର ଜଙ୍ଗଲ ଓ ମା ଙ୍କ ପୀଠଟି ଜନଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୀଠରେ ୧୪୪ ଧାରା ଲଗୁ କରାଯିବା ସହିତ ପୁଲିସ୍ ପଇଁତରାକୁ ଯୋରଦାର କରାଯାଇଛି । ଫଳରେ ନୂଆ ବର୍ଷରେ ବଣଭୋଜି ପାଇଁ ଡମଣୀ ପୀଠ ଯିବାପାଇଁ ଯୋଜନା କରିଥିବା ବହୁ ସଂଖ୍ୟକ ଯୁବବର୍ଗ ଓ ପରିବାର ଏଥର ନିରାଶ ହୋଇଛନ୍ତି।

Comments are closed.