୬ ଦିନ ପାଇଁ କେନ୍ଦ୍ରାପଡ଼ାରେ ୧୪୪ ଧାରା

କେନ୍ଦ୍ରାପଡ଼ା : ହାଇଦର ମୃତ୍ୟୁକୁ ନେଇ କେନ୍ଦ୍ରାପଡ଼ା ସହର, ସହର ଉପକଣ୍ଠ କପାଳେଶ୍ୱର, ଗୁଲନଗର, ବାରିମୂଳ ଓ ଜମଧର ପ୍ରମୁଖ ପଞ୍ଚାୟତରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଜିଲାପାଳ ଅମୃତ ଋତୁରାଜ ୧୪୪ ଧାରା ଜାରି କରିଛନ୍ତି। ଏହି ଧାରା ୬ ଦିନ ପାଇଁ ଅର୍ଥାତ ୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ତେଣୁ କେବଳ ଅତ୍ୟାବଶ୍ୟକ ଜିନିଷ ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ସାମାନ୍ୟ କୋହଳ କରାଯିବ। କୌଣସି ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇ ପାରିବେ ନାହିଁ ବୋଲି ଜିଲାପାଳ ତାଙ୍କ ନିର୍ଦେଶରେ ଉଲ୍ଲେଖ କରିଛନ୍ତି।

Comments are closed.