ଅମାନିଆଙ୍କଠାରୁ ୧୪ ହଜାର ଟଙ୍କା ଜରିମାନା ଆଦାୟ

ବେଗୁନିଆ: ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କୋଭିଡ କଟକଣାକୁ ଉଲ୍ଲଂଘନ କରୁଥିବା ଦୋକାନୀ ଏବଂ ଗାଡିଚାଳକଙ୍କଠାରୁ ବାଘମାରୀ ପୋଲିସ ୧୪ ହଜାର ଟଙ୍କା ଜରିମାନା ଆଦାୟ କରିଛି । ଆଜି ସକାଳେ ବାଘମାରୀ ଥାନା ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଥାନା କର୍ମଚାରୀମାନେ ତୁଳସୀପୁରଠାରେ ହେଉଥିବା ସାପ୍ତାହିକ ହାଟରେ ପହଞ୍ଚିଥିଲେ। ସେଠାରେ ବସିଥିବା ବେପାରିମାନଙ୍କୁ ତାଗିଦ କରିବା ସହିତ ତୁଳସୀପୁର, ଗଂପୁର, ପୋଡାଡିହ ଏବଂ ବାଘମାରୀଠାରେ କୋଭିଡ ନିୟମକୁ ଉଲ୍ଲଂଘନ କରୁଥିବା ୫ ଜଣ ଦୋକାନୀଙ୍କଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ବାଘମାରୀ, ସିମୋର, ପୋଡାଡିହ ଏବଂ ଦିନିଆରୀଠାରେ ବିନା କାର୍ୟ୍ୟରେ ହେଲମେଟ ନଥାଇ ରାସ୍ତାରେ ଗାଡ଼ି ଚଳାଇ ଯାଉଥିବା ଅମାନିଆଙ୍କଠାରୁ ୧୩ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

Comments are closed.