ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ପାଇଁ ପ୍ରତିଷ୍ଠା ହେବ ୧୪ଟି ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ ଗଣମାଧ୍ୟମ ଏବଂ ମନୋରଂଜନ କ୍ଷେତ୍ର ପାଇଁ ୯ଟି ସହରରେ ୧୪ଟି ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି। ଚଣ୍ଡୀଗଡ଼, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, ଇନ୍ଦୋର, ମୁମ୍ବାଇ, ପୁଣେ, ସିଲଂ ଏବଂ ତ୍ରିଭେନ୍ଦ୍ରମ ସହରରେ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯିବ।

ଗଣମାଧ୍ୟମ ଏବଂ ମନୋରଂଜନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏହି ପ୍ରତିଷ୍ଠାନଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଅନ୍ତର୍ଜାତୀୟ ବଜାରକୁ ଚାହିଁ ଦକ୍ଷତା ବିକାଶ ସମ୍ବନ୍ଧୀୟ ଜ୍ଞାନକୌଶଳ ଆଧାରରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

Comments are closed.