ଜିଲାରୁ ୧୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଆଜି ୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣ ବଲାଙ୍ଗିର ପୌରାଞ୍ଚଳର। ବଲାଙ୍ଗିର ପୌରାଞ୍ଚଳର ପେଲେସ୍ ଲାଇନ୍, ରୁଗୁଡ଼ିପଡ଼ା, ଗାନ୍ଧୀନଗରପଡ଼ାରୁ ୨ଜଣ ଲେଖାଏଁ, ରାଜେନ୍ଦ୍ର କଲେଜ, ସାଗରପଡ଼ା, ସିଭିଲ କୋର୍ଟ କଲୋନୀ, ସତ୍ୟ ନାରାୟଣ ପଡ଼ା, ଗେଟ୍ସରୋବରପଡ଼ା ଓ ରାଧାରାଣୀପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ପୁଇଁନ୍ତଲା ବ୍ଲକ ସାଉନ୍ତପୁର ଓ ପୁଇଁନ୍ତଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି।