ରେଳବାଇର ସବୁ ଅଭିଯୋଗ ପାଇଁ ‘୧୩୯’

ଭୁବନେଶ୍ବର: ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବର (ସହାୟତା ନମ୍ବର)କୁ ହେଲ୍ପଲାଇନ ନମ୍ବର-୧୩୯ ସହ ମିଶ୍ରଣ କରାଯାଇଛି। ଏଣିକି ରେଳ ସମ୍ବନ୍ଧରେ ତଥ୍ୟ ଜାଣିବାକୁ ହେଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଯାତ୍ରୀ ସମସ୍ୟାରେ ପଡିଲେ ୧୩୯ ନମ୍ବର ଫୋନ କରି ସହାୟତା ନେଇପାରିବେ। ଉକ୍ତ ନମ୍ବରକୁ ଫୋନ କଲେ ରେଳ ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିବ। ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ ଏବଂ ଭିଜିଲାନ୍ସ ଭଳି ସମସ୍ତ ହେଲ୍ପଲାଇନ ନମ୍ବରକୁ ଏହି ନମ୍ବର ସହ ମିଶ୍ରଣ ହୋଇଛି। ଟ୍ରେନରେ ଯାତ୍ରା ସମୟରେ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ଏହି ନମ୍ବର ବ୍ୟବହାର ହେବ। ହେଲ୍ପଲାଇନ ନମ୍ବର-୧୩୯ ରେଳ ବ୍ୟବହାରକାରୀଙ୍କୁ ଏକୀକୃତ ସେବା ପ୍ରଦାନ କରିବ। ପୂର୍ବରୁ ହେଲ୍ପଲାଇନ ନମ୍ବରଗୁଡିକ ନିର୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉପଲବ୍ଧ ଥିଲା। ଏଣିକି ହେଲ୍ପଲାଇନ ନମ୍ବର-୧୩୯କୁ ଯୋଗାଯୋଗ କରିବାକୁ ପଡିବ।

ଏହି ହେଲ୍ପଲାଇନ ନମ୍ବର ବିଭିନ୍ନ ଭାଷାରେ ଉପଲବ୍ଧ ହେବ। ଅନୁସନ୍ଧାନଗୁଡିକର ସ୍ଥିତି, ଟିକଟ୍ ଉପଲବ୍ଧତା, ଟ୍ରେନ୍ ଆଗମନ, ପ୍ରସ୍ଥାନ, ମାର୍ଗ ପରିବର୍ତ୍ତନ ଏବଂ ବାତିଲ କାର୍ୟ୍ୟସୂଚୀ, ବର୍ଥ ଉପଲବ୍ଧତା, ଟିକଟ୍ ବାତିଲ୍, ଭଡା ଏବଂ ଗନ୍ତବ୍ୟ ସ୍ଥଳ ଇତ୍ୟାଦି ଜାଣିବା ପାଇଁ ଉପଭୋକ୍ତା ନମ୍ବରକୁ ଯୋଗାଯୋଗ କରିବାକୁ ପଡିବ। ଏହାବ୍ୟତୀତ ଯାତ୍ରା ସମୟ ଆଲର୍ଟ ଏବଂ ସୁରକ୍ଷା ସମ୍ବନ୍ଧରେ ଅଭିଯୋଗ ଓ ସୂଚନା ଆଦାନପ୍ରଦାନ କରାଯାଇ ପାରିବ।

Comments are closed.