୨୪ ଘଣ୍ଟାରେ ୧୩୪୨ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୫୬୭ ଜଣ ରହିଛନ୍ତି। ଅନୁଗୁଳ ଜିଲାରୁ ୩୦, ବାଲେଶ୍ୱର ୫୯, ବରଗଡ ୮, ଭଦ୍ରକ ୪୦, ବଲାଙ୍ଗିର ୩ ଏବଂ କଟକ ଜିଲାରୁ ୧୬୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୩, ଢେଙ୍କାନାଳ ୧୯, ଗଜପତି ୪, ଗଞ୍ଜାମ ୯, ଜଗତସିଂହପୁର ୭୮, ଯାଜପୁର ୬୬, ଝାରସୁଗୁଡା ୩, କଳାହାଣ୍ଡି ୩ ଓ କନ୍ଧମାଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି।

ଏହି ସମୟ ମଧ୍ୟରେ କେନ୍ଦ୍ରାପଡାରୁ ୪୩, କେନ୍ଦୁଝର ୨୩, ଖୋର୍ଦ୍ଧା ୪୭୭, କୋରାପୁଟ ୧୧, ମାଲକାନଗିରି ୭, ମୟୁରଭଞ୍ଜ ୪୧, ନବରଙ୍ଗପୁର ୨, ନୟାଗଡରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୂଆପଡାରୁ ୩, ପୁରୀ ୫୫, ରାୟଗଡା ୧୮, ସମ୍ବଲପୁର ୧୮, ସୋନପୁର ୪ ଓ ଷ୍ଟେଟପୁଲରୁ ୧୦୫ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୧୩୫୧୬ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Comments are closed.