ରବିବାର ରାଶିଫଳ ( ୧୩-୧୨-୨୦୨୦ )

ମେଷ: କାର୍ଯ୍ୟରେ ଯୋଗଦାନ କରିବା ଆଶା କରାଯାଏ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଉତ୍ତମ ଗୁଣର ଆଧାର ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ଶ୍ରେଷ୍ଠ ପଦାଧିକାରୀ ହେବେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

ବୃଷ: ଲାଗିଥିବା ବିବାଦ ପାଇଁ ସମାଧାନର ସୂତ୍ର ମିଳିବ। ସୁଖ ସନ୍ତୋଷ ଲାଭ କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବସ୍ତ୍ର ଭୂଷଣ ମିଳିପାରେ। ରାଜତୁଲ୍ୟ କ୍ଷମତା ହାସଲ କରିବେ। ଅର୍ଥ ଓ ବସ୍ତ୍ର ଲାଭ ହେବ।

ମିଥୁନ: ନିର୍ଭରଶୀଳ ନ ହୋଇ ସ୍ୱ ବୁଦ୍ଧି ବଳରେ କାର୍ଯ୍ୟ କରିପାରନ୍ତି। ଚିନ୍ତା ଦୂର ହେବ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ପ୍ରତିହିଂସା ପରାୟଣ ହୋଇପାରନ୍ତି।

କର୍କଟ: ଉପୁଜିଥିବା ସମସ୍ୟାର ସୁସମାଧାନ ହେବ। ମନ ଚଞ୍ଚଳ ରହିବ। ମାନ୍ୟତା ମିଳିବ। ଶାସ୍ତ୍ରାଭାଷୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ସ୍ତ୍ରୀ ଧନ ପାଇ ସୁଖୀ ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହୋଇପାରନ୍ତି। କାବ୍ୟକର୍ତ୍ତା ହେବେ।

ସିଂହ: ବନ୍ଧୁ ଦର୍ଶନର ସୁଯୋଗ ଅଛି। କର୍ତ୍ତବ୍ୟନିଷ୍ଠ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ହୋଇପାରେ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିପାରନ୍ତି।

କନ୍ୟା: ବୁଝି ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ। ପରିଶ୍ରମର ମୂଲ୍ୟ ମିଳିପାରେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ଦାନ, ଧର୍ମ କରିପାରନ୍ତି। ସାଧନା ଫଳବତୀ ହେବ। ଚଞ୍ଚଳ ମାନସର ହୋଇପାରନ୍ତି।

ତୁଳା: ଆଶାବାଦୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ବାଧାବିଘ୍ନ ଏଡ଼ାଇ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ି ପାରନ୍ତି। ତ୍ୟାଗଶୀଳ ହେବେ। ନୀତିଜ୍ଞ ହେବେ। କର୍ମଚଞ୍ଚଳ ରହିବେ।

ବିଛା: ଦୁଃଖର ଅବସାନ ଘଟିଛି। ଆୟ ପରିମାଣ ବୃଦ୍ଧି ପାଇବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। କର୍ମ ଚଞ୍ଚଳ ରହିବେ। ଗୁଣଜ୍ଞ ହୋଇପାରନ୍ତି। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବେ।

ଧନୁ: ଯାତ୍ରା ଶୁଭଦାୟକ ହେବ; ମାତ୍ର ଖର୍ଚ୍ଚାନ୍ତ ହୋଇପାରନ୍ତି। କେତେକ କ୍ଷେତ୍ରରେ ପଥରୋଧ ଘଟିପାରେ। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର କଥା କହି ପରକୁ ଆପଣାର କରିବାରେ ସକ୍ଷମ ହେବେ। ସମ୍ମାନ ମିଳିବ।

ମକର: କଳ, ବଳ, କୌଶଳ ପ୍ରୟୋଗ କରି ଶତ୍ରୁକୁ ବଶ କରିପାରନ୍ତି। ଶରୀର ସୁସ୍ଥ ରହିବ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ, ଧନ ଲାଭର ସୂଚନା ମିଳଛି। କରିତ୍‍କର୍ମା ହେବେ।

କୁମ୍ଭ: ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସଫଳତା ନିଶ୍ଚୟ ମିଳିବ। ସରକାରୀ କୃପା ଲାଭ କରିବେ। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। କୀର୍ତ୍ତିମାନ୍‍ ହେବେ। ସ୍ବତ୍ବାଧିକାରୀ ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ।

ମୀନ: ମିଳିଥିବା ସୁଯୋଗକୁ ହାତଛଡ଼ା ନ କରି ତା’ର ଉପଯୋଗ କରିବେ। ଧନାଗମର ସୂଚନା ମିଳୁଛି। ଦୟାଳୁ ସ୍ୱଭାବର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆନନ୍ଦ ଉତ୍ସବ ଲାଗି ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।

Comments are closed.