ଦେଶରେ ଚିହ୍ନଟ ହେଲେ ୧୨,୫୧୪ ନୂଆ ଆକ୍ରାନ୍ତ; ୨୫୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୨୫୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଇତିମଧ୍ୟରେ ମୋଟ ୩,୩୬,୬୮,୫୬୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ତାହାସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୮,୪୩୭କୁ ବୃଦ୍ଧିପାଇଛି । ରବିବାର ଦିନ ଦେଶରେ ୮,୮୧,୩୭୯ ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ମୋଟ ୬୦,୯୨,୦୧,୨୯୪ ନମୁନା ପରୀକ୍ଷା କରାଯାଇସାରିଲାଣି । ସେହି ସମୟ ମଧ୍ୟରେ ମୋଟ ୧,୦୬,୩୧,୨୪,୨୦୫ ପାନ କୋଭିଡ ଟିକା ଦିଆଯାଇସାରିଛି ।

Comments are closed.