୧୨୫କୋଟି ଲୋକଙ୍କ ପାଖରେ ଆଧାରକାର୍ଡ

ନୂଆଦିଲ୍ଲୀ : ଦେଶରେ ଆଧାରକାର୍ଡ ସଂଖ୍ୟା ୧୨୫କୋଟି ଅତିକ୍ରମ କରିଛି । ଦେଶର ୧୨୫କୋଟି ଜନସାଧାରଣଙ୍କ ପାଖରେ ଏହି ୧୨ ଅଙ୍କ ବିଶିଷ୍ଟ ଏକକ ପରିଚୟପତ୍ର ରହିଛି। ନାଗରିକମାନଙ୍କ ପାଇଁ ଆଧାରକୁ ପ୍ରାଥମିକ ପରିଚୟପତ୍ର ଭାବେ ବିବେଚନା କରାଯିବା ପରେ ଆଧାରକାର୍ଡଧାରୀଙ୍କ ସଂଖ୍ୟା ଆଶାତିତ ଭାବେ ବୃଦ୍ଧିପାଇ ଏ ଦିଗରେ ବିଶେଷ ସଫଳତା ହାସଲ ହୋଇପାରିଛି। ଆଧାର ପ୍ରଚଳନ ହେବା ଦିନଠାରୁ ଏଯାବତ ବିଭିନ୍ନ ପ୍ରମାଣନ ସେବା ପ୍ରଦାନ ପାଇଁ ଏହି କାର୍ଡ ୩୭ହଜାର କୋଟି ଥର ବ୍ୟବହୃତ
ହେବା ଆଧାରର ଉପଯୋଗୀତାକୁ ପ୍ରମାଣ କରୁଛି ।

ବର୍ତ୍ତମାନ ୟୁଆଇଡିଏଆଇ ଆଧାର ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସଂଯୋଗ ଏବଂ ସଂଶୋଧନ ବାବଦରେ  ଦୈନିକ ୩ କୋଟି ଆବେଦନ ବା ଅନୁରୋଧ ଗ୍ରହଣ କରୁଛି। ସେହପରି ୟୁଆଇଡିଏଆଇ ସଫଳତାର ସହ ୩୩୧ କୋଟି ଆଧାର କାର୍ଡର ତଥ୍ୟ ସଂଶୋଧନ କରିବା ସହ ତାଜା ଓ ସବିଶେଷ ତଥ୍ୟ ଯୋଡି ପାରିଛି ।

Comments are closed.