ସାଂସଦଙ୍କ ସହ ପୌରାଧ୍ୟକ୍ଷାଙ୍କ ଆଲୋଚନା

ଫୁଲବାଣୀ: କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ କନ୍ଧ ମାଳ ଗସ୍ତରେ ଆସିଥିବା ବେଳେ ଫୁଲବାଣୀ ମୁନିସିପାଲିଟି ପୋୖରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ସହରର ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସହରର ବିଭିନ୍ନ ୱାର୍ଡରେ ଚାଲିଥିବା ରାସ୍ତାଘାଟର ଉନ୍ନତି କରଣ, ଡ୍ରେନ ମରାମତି, ଆଲୋକୀକରଣ, ପାନୀୟ ଜଳ ଆଦି ସମ୍ପର୍କରେ ଅବଗତ କରିବା ସହ ଆଗାମୀ ଦିନରେ ହାତକୁ ନେବାକୁ ଥିବା ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ୟ୍ୟ ପାଇଁ ଅର୍ଥ ଅନୁଦାନର ଆବଶ୍ୟକତା ସମ୍ପର୍କରେ ସାଂସଦ ଡ଼ଃ. ସାମନ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅର୍ଥ ଅନୁଦାନ ଯୋଗାଇ ଦେବା ନେଇ ଅନୁରୋଧ କରିଥିଲେ।

Comments are closed.