କେରଳରେ ନିପାହ ଭୂତାଣୁ ଚିହ୍ନଟ: ସଂକ୍ରମଣରେ ଜଣେ ମୃତ୍ୟୁ, ୨ ଆକ୍ରାନ୍ତ

ତିରୁବନନ୍ତପୁରମ: ଆଜି କେରଳରେ ନିପାହ ସଂକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ରାଜ୍ୟର ଆଉ ୨ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କେରଳରେ ନିପାହ ସଂକ୍ରମଣରେ ୧୨ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଳକର ପ୍ଲାଜମା, ସିଏସଏଫ ଓ ସେରମରେ ଭୂତାଣୁ ଠାବ କରାଯାଇଛି। ମୃତ ବାଳକର ଘରଠାରୁ ୩ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଘେରାବନ୍ଦୀ ସାଙ୍ଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଅଞ୍ଚଳକୁ ଯାତାୟତ ଉପରେ କଟକଣା ଲାଗୁ ହୋଇଛି। ନିପାହ ସଂକ୍ରମଣରେ ଜଣେ ବାଳକର ମୃତ୍ୟୁ ଖବର ଜାଣିବା ପରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ବିଶେଷଜ୍ଞ ଦଳର କେରଳ ଗସ୍ତ କରିଛନ୍ତି। ମୃତ ନାବାଳକ ସଂସ୍ପର୍ଶରେ ଆସିଥିବା ୧୮୮ଜଣ ଚିହ୍ନଟ କରାଯାଇଛି। ରାଜ୍ୟରେ ଆଉ ୨ ସ୍ବାସ୍ଥ୍ୟକର୍ମୀଙ୍କଠାରେ ଭୂତାଣୁ ଚିହ୍ନଟ ହୋଇଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ନିପାହ ଭୂତାଣୁ କରୋନା ଭୂତାଣୁ ସଂହ ସାମଞ୍ଜସ୍ୟ ରହିଥିବାରୁ ତୃତୀୟ ସଂକ୍ରମଣ ଆଶଙ୍କାରେ ଏବଂ ଏହା କିଭଳି ଅଧିନ ନ ବ୍ୟାପିବ ସେଥିପାଇଁ କେରଳ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

Comments are closed.