ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା କୋଭିଡ୍‌ କଟକଣା… ଏଣିକି ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର.. ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ୫ଶହ ଟଙ୍କା ଗଣିବେ ତଣ୍ଡ… ଘରୋଇ ୪ ଚକିଆ ଯାନରେ ଗଲେ ଦେବାକୁ ପଡ଼ିବନି ଜରିମାନା…

(୨) ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା… ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ଟ୍ୱିଟ୍‌ କରି ସମସ୍ତଙ୍କୁ ଜଣାଇଲେ ଶୁଭେଚ୍ଛା… କୋଭିଡ କଟକଣା ଅନୁଯାୟୀ ରକ୍ଷା ବନ୍ଧନ ପାଳିବାକୁ ଦେଲେ ପରାମର୍ଶ… ମହାପ୍ରଭୁଙ୍କ କୃପାରୁ ସୁରକ୍ଷା ଓ ଭରସାର ବନ୍ଧନ ଆହୁରି ନିବିଡ଼ ହେଉ କହିଲେ ନବୀନ…

(୩) ଆଜିଠୁ +୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ… ୨୫ ତାରିଖ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ…ଅଗଷ୍ଟ ୩୧ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା… ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ନାମଲେଖାଇ ପାରିବେ ଛାତ୍ରଛାତ୍ରୀ … ୧୧ ତାରିଖରେ ଆସିବ ଦ୍ୱିତୀୟ ମେଧା ତାଲିକା… ୧୨ରୁ ୧୪ ତାରିଖ ଯାଏ ଆଡମିସନ କରିବେ ଛାତ୍ରଛାତ୍ରୀ…

(୪) ଅଗଷ୍ଟ ୧୫ ପୂର୍ବରୁ ପଣ୍ଡ ହେଲା ଆତଙ୍କବାଦୀଙ୍କ ଯୋଜନା… ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ… ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ… ଗୁଳିବିନିମୟ ବେଳେ ୩ଜଣ ଯାବନ ସହିଦ ହୋଇଥିବା ସୂଚନା… ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ…

(୫) ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୩୦ କରୋନା ଆକ୍ରାନ୍ତ… ସଙ୍ଗରୋଧରୁ ୩୧୧ ଓ ସ୍ଥାନୀୟ ସଂକ୍ରମିତ ୨୧୯ଜଣ ରହିଥିବା ସୂଚନା… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୧,୦୫୫ ପଜିଟିଭ୍‌… ବର୍ତ୍ତମାନ ରାଜ୍ୟରେ ରହିଛନ୍ତି ମୋଟ୍‌ ୪,୬୮୭ ସକ୍ରିୟ ସଂକ୍ରମିତ…  ସେପଟେ ଦେଶରେ ଚିହ୍ନଟ ହେଲେ ଆଉ ୧୬,୨୯୯ ପଜିଟିଭ୍‌…

(୬) ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା.. ପୁଣି ୧୩ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ… ଆହୁରି ୨ ଦିନ ବର୍ଷିବା ନେଇ ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର… ସେପଟେ ଲଗାଣ ବର୍ଷା ଯୋଗୁ ହନ୍ତସନ୍ତ ହେଉଛନ୍ତି ତଳିଆ ଅଞ୍ଚଳବାସୀ…

Comments are closed.