ଭୁବନେଶ୍ବରରୁ ଆଉ ୧୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ବୁଧବାର ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।


ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଟି କେସ୍ ଡ଼ୁମୁଡ଼ୁମା ରଘୁନାଥ ନଗର ବସ୍ତିରୁ ଜଣାପଡ଼ିଛି । ଦୁଇ ଜଣ ଗଞ୍ଜାମରୁ ଫେରିଥିଲେ । ଜଣେ ୩୦ ବର୍ଷୀୟ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ୩୫ ବର୍ଷୀୟ ପୁରୁଷ ଅଟନ୍ତି । ସେହିପରି ଡ଼ୁମୁଡ଼ୁମା ସୁଖ ବିହାର ବସ୍ତି ଅଞ୍ଚଳରୁ ଜଣେ ୩୪ ବର୍ଷୀୟ ପୁରୁଷ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ ପୂର୍ବରୁ ଗଞ୍ଜାମ ରୁ ଫେରିଥିଲେ । ସେହିପରି ଶ୍ରୀରାମ ନଗର ଲୟଲା ସ୍କୁଲ ପାଖରୁ ଜଣେ ୩୫ ବର୍ଷୀୟ ମହିଳା ଗଞ୍ଜାମରୁ ଫେରି କରୋନାରେ ଚିହ୍ନଟ ହୋଇଛନ୍ତି ।
ଏକ ଘରୋଇ ଡ଼ାକ୍ତରଖାନାର ଜଣେ ୩୩ ବର୍ଷୀୟ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ନୀଳାନ୍ଦ୍ରି ବିହାର ଅଞ୍ଚଳର ୫୩ ବର୍ଷୀୟ ପୁରୁଷ ମଧ୍ୟ କରୋନାରେ ଚିହ୍ନଟ ହୋଇଛନ୍ତି । ସେ ବିଡ଼ିଏରେ ପମ୍ପ ଡ଼ାଇଭର ଭାବେ କାର୍ଯ୍ୟରତ ଥିଲେ । ଜାଗମରା ଅଞ୍ଚଳର ଜଣେ ୩୩ ବର୍ଷୀୟ ପୁରୁଷ ଏବଂ ୟୁନିଟ୍ ୨ ଅଞ୍ଚଳରୁ ୩୦ ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଟଙ୍କପାଣି ରୋଡ଼ ଅଞ୍ଚଳର ୨୬ ବର୍ଷୀୟ ଓ ୧୭ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି। ପୁର୍ବରୁ ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ଅନ୍ୟ ଜଣେ ୨୬ ବର୍ଷୀୟ ପୁରୁଷ ଶୈଳଶ୍ରୀ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ସେ ବାଙ୍ଗାଲୋର ରୁ ଫେରି ପେଡ଼ କ୍ୱାରେଣ୍ଟାଇନ ରେ ଥିଲେ । ଆଉ ଜଣେ ଖଣ୍ଡଗିରି ଅଞ୍ଚଳର ୨୬ ବର୍ଷୀୟ ପୁରୁଷ ପୂର୍ବରୁ ପୁଣେ ରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।

ସେଥିମଧ୍ୟରୁ ଆଜି ରାଜଧାନୀ ଭୁବନେଶ୍ୱରରେ ୧୨ଟି କେସ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୫ ଜଣ ବର୍ତ୍ତମାନ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.