ଦଳୀୟ ପଦରୁ ଇସ୍ତଫା ଦେଲେ ୧୨ କଂଗ୍ରେସ ବିଧାୟକ

ମଣିପୁର : ଲୋକସଭା ନିର୍ବାଚନ ପରେ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ଜାରି ରହିଛି। ଏହି କ୍ରମରେ ଗୁରୁବାର ମଣିପୁରର ୧୨ କଂଗ୍ରେସ ବିଧାୟକ ଦଳୀୟ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନରେ ଦଳର ପରାଜୟ ପାଇଁ ଏହି ବିଧାୟକମାନେ ନିଜକୁ ନୈତିକ ଭାବେ ଦାୟୀ କରି ମଣିପୁର ପ୍ରଦେଶ କଂଗ୍ରେସ କମିଟି(ଏମପିସିସି)ର ବିଭିନ୍ନ ପଦରୁ ଇସ୍ତଫା ଦେଇଛନ୍ତି। ଦଳୀୟ ପଦରୁ ଇସ୍ତଫା ଦେଇଥିବା ବିଧାୟକମାନେ ହେଲେ ଏନ ଲୋକେନ, କେଏଚ ଜୟକୃଷ୍ଣ, ମହମ୍ମଦ ଅବଦୁଲ ନାଜିର, ଡିଡି ଥାଇସି, କାଲଟୋନଲିନ ଆମୋ, ଗୋବିନ୍ଦାସ, କେ ରଞ୍ଜିତ, ଆଲଫ୍ରେଡ କାଙ୍ଗନାମ ଆର୍ଥର, ଡିକେ କୋରୁଙ୍ଗଥାଙ୍ଗ, ଆରକେ ଇମୋ ସିଂହ, କେ ମେଘଚନ୍ଦ୍ର ଓ ଫାଜୁର ରହିମ। ବିଧାୟକମାନେ କହିଛନ୍ତି ଯେ ସେମାନେ ଦଳ ଛାଡିବେ ନାହିଁ; ମାତ୍ର ତୃଣମୂଳ ସ୍ତରରୁ ପୁଣିଥରେ କାମ ଆରମ୍ଭ କରିବେ।

Comments are closed.