ଲକଡାଉନ୍ ଖାଇଲା ୧୨. ୨୦ କୋଟି ଲୋକଙ୍କ ଚାକିରୀ : ସିଏମଆଇଇ

ଭାରତର ବେକାରୀ ହାର ୨୩.୪୮%କୁ ବୃଦ୍ଧି

ନୂଆଦିଲ୍ଲୀ : ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ର ଏକ ରିପୋର୍ଟ ଅନୁଯାୟୀ, ମେ’ ୩୧ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବେକାରୀ ହାର ୨୩.୪୮% କୁ ବୃଦ୍ଧି ପାଇଛି । ଏପ୍ରିଲରେ ଏହା ୨୩.୫୨% ଠାରୁ ସାମାନ୍ୟ କମ୍ । ଏହାପୂର୍ବରୁ ମେ’ ୨୪ରେ ଶେଷ ହୋଇଥିବା ସପ୍ତାହରେ ବେକାରୀ ହାର ୨୪.୩% ରେକର୍ଡ କରାଯାଇଥିଲା ।
ପୂର୍ବ ସପ୍ତାହରେ ରେକର୍ଡ ହୋଇଥିବା ୨୪.୦ ପ୍ରତିଶତ ବେକାରୀ ହାରଠାରୁ ଏହା ଅଧିକ। ଏହା ମଧ୍ୟ ଗତ ୮ ସପ୍ତାହ ମଧ୍ୟରେ ହାରାହାରି ବେକାରୀ ହାର ୨୪.୨ ପ୍ରତିଶତ ଠାରୁ ଅଧିକ। ଲକଡାଉନ୍ ସମୟରେ ଦେଶରେ ବେକାରୀ ହାର୨୪ ପ୍ରତିଶତରୁ ଅଧିକ ରହିଛି ।
ଗତ ସପ୍ତାହରେ ଶ୍ରମ ଅଂଶଗ୍ରହଣ ହାର ୩୮.୭ ଥିଲା

ମେ’ ୨୪ରେ ଶେଷ ହୋଇଥିବା ସପ୍ତାହ ପାଇଁ ଶ୍ରମ ଅଂଶଗ୍ରହଣ ହାର ୩୮.୭ ପ୍ରତିଶତ ଥିଲା। ପୂର୍ବ ସପ୍ତାହରେ ଏହା ୩୮.୮ ପ୍ରତିଶତରୁ କମ୍ ଥିଲା। ଶ୍ରମିକ ଅଂଶ ଗ୍ରହଣ ହାରରେ ଏହି ହ୍ରାସ ତିନି ସପ୍ତାହର ସ୍ଥାୟୀ ବୃଦ୍ଧି ପରେ ଆସିଥାଏ। ଲକଡାଉନ୍ ସମୟରେ ବେକାରୀ ହାର ପ୍ରାୟ ୨୪ ପ୍ରତିଶତରେ ସ୍ଥିର ରହିଛି। ମାର୍ଚ୍ଚରେ ବେକାରୀ ହାର୮.୮ ପ୍ରତିଶତରୁ ଏପ୍ରିଲରେ ୨୩.୫ ପ୍ରତିଶତକୁ ବୃଦ୍ଧି ପାଇଛି ।
୨୦୨୦ରେ ବେକାରୀ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି
ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବେକାରୀ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜାନୁୟାରୀ ୨୦୨୦ରେ ସହରୀ ବେକାରୀ ହାର ୯.୭୦ ପ୍ରତିଶତ ଥିଲା, ଯାହା ମେ’ ମାସରେ ୧୬.୦୯ ପ୍ରତିଶତ ବୃଦ୍ଧି ପାଇ ୨୫.୭୯ ପ୍ରତିଶତରେ ପହଞ୍ଚିଛି । ସେହିଭଳି, ଜାନୁଆରୀ ୨୦୨୦ରେ ଗ୍ରାମୀଣ ବେକାରୀ ହାର ୬.୦୬ ପ୍ରତିଶତ ଥିଲା, ଯାହା ମେ ମାସରେ ୧୬.୪୨ ପ୍ରତିଶତକୁ ବୃଦ୍ଧି ପାଇ ୨୨. ୪୮ ପ୍ରତିଶତରେ ପହଞ୍ଚିଛି ।
ଏପ୍ରିଲରେ ଏଲପିଆର ହ୍ରାସ ପାଇଥିଲା
ଅନ୍ୟପକ୍ଷରେ, ମାର୍ଚ୍ଚରେ ଶ୍ରମ ଅଂଶଗ୍ରହଣ ହାର ୪୧.୯ ପ୍ରତିଶତରୁ ଏପ୍ରିଲରେ ୬.୩ ପ୍ରତିଶତକୁ ହ୍ରାସ ପାଇଛି ୩୫.୬ ପ୍ରତିଶତ ହୋଇଛି । ଶ୍ରମ ଅଂଶଗ୍ରହଣ ହାର (ଏଲପିଆର) ପ୍ରାୟ ମାସର ପ୍ରତି ସପ୍ତାହରେ ବୃଦ୍ଧି ପାଉଛି ଜ୍ଝ ମେ’ ୧୭ରେ ଶେଷ ହୋଇଥିବା ସପ୍ତାହରେ ଏହା ୩୮.୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏପରି ଅନୁଭବ ହେଉଛି ବୈଷୟିକ ଆଧାରରେ ଏପ୍ରିଲରେ ଶ୍ରମର ଏକ ବଡ଼ ଅଂଶ ବଜାର ଛାଡିଥିଲା, ଏହା ଫେରୁଥିବା ପରି ମନେ ହେଉଛି।
ସିଏମଆଇଇର ଉପଭୋକ୍ତା ପିରାମିଡ୍ ଘରୋଇ ସର୍ଭେରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲରେ ଶ୍ରମ ଶକ୍ତି ୬୮ ନିୟୁତ ହ୍ରାସ ପାଇ ୪୩୭ ନିୟୁତକୁ ଖସି ଆସିଛି, ଯାହାକି ଏପ୍ରିଲରେ ୨୦୧୯-୨୦ରେ ୩୬୯ ନିୟୁତ ଥିଲା। ଏହି ୬୮ ନିୟୁତ ସକ୍ରିୟ ଭାବରେ ଚାକିରି ଖୋଜିବା ବନ୍ଦ କରିଦେଇଥିଲେ। ତେବେ ରୋଚକ ବିଷୟ ହେଉଛି ସେମାନେ ଚାକିରି ପ୍ରତି ଆଗ୍ରହ ଦେଖାଇ ନାହାଁନ୍ତି।
୨ କୋଟି ଲୋକ କାମକୁ ଫେରିଲେ
ସିଏମଆଇଇର ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦ୍ବାରା ଲକଡାଉନକୁ କୋହଳ କରିବା ଦ୍ବାରା ମେ’ ମାସରେ ପ୍ରାୟ ୨ କୋଟି ଲୋକ କାମକୁ ଫେରି ଆସିଛନ୍ତି। ଫଳସ୍ୱରୂପ, ଭାରତରେ ନିଯୁକ୍ତି ହାର ୨% ବୃଦ୍ଧି ପାଇ ମେ’ ମାସରେ ୨୯% ପହଞ୍ଚିଛି, ଯାହା ଏପ୍ରିଲରେ ୨୭% ଥିଲା। ସିଏମଆଇଇର ଆକଳନ ଅନୁଯାୟୀ, ୨୫ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ତାଲାବନ୍ଦ ବା ଲକଡାଉନ୍ ଯୋଗୁଁ ଦେଶର ପ୍ରାୟ ୧୨ କୋଟି ୨୦ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି । ସିଏମଆଇଇ ଅନୁଯାୟୀ, ମେ’ ମାସରେ ଗୋଟିଏ ସପ୍ତାହ ପରେ ଶ୍ରମ ଅଂଶଗ୍ରହଣ ହାର (ଏଲପିଆର) ବୃଦ୍ଧି ପାଇଛି, ଯାହା ୧୭ ମେ’ ରେ ଶେଷ ହୋଇଥିବା ସପ୍ତାହରେ ୩୮.୮% ରୁ ବୃଦ୍ଧି ପାଇଛି।
ଦେଶରେ କରୋନାର ପ୍ରଭାବ
ଦେଶରେ କରୋନା ସଂକ୍ରମଣର ସଂଖ୍ୟା ୧,୯୦,୬୨୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୩,୩୪୮ ସକ୍ରିୟ ମାମଲା ରହିଛି ଜ୍ଝ ଏଥିସହିତ ୯୧,୮୫୫ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ଦେଶର କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୪୦୮ ରହିଛି ।

Comments are closed.