ଆମେରିକାରେ ୨୪ ଘଣ୍ଟାରେ ୧୧୬୯ ମୃତ, ବିଶ୍ଵରେ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ଟପିଲା

ନୂଆଦିଲ୍ଲୀ/ୱାଶିଂଟନ: ଆମେରିକାରେ କରୋନା ଭୂତାଣୁ ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ରୋକିବାରେ ଆମେରିକା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଦିନକୁ ଦିନ ଏଠାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏହି ଦେଶରେ ୧୧୬୯ ଜଣ କରୋନା ଭୂତାଣୁ ଯୋଗୁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇଲେ ସାରା ବିଶ୍ଵରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୫୩ ହଜାର ୨୩୮ରେ ପହଞ୍ଚିଛି। ଇଟାଲୀରେ ସର୍ବାଧିକ ୧୩୯୧୫ ଜଣ ପ୍ରାଣ ହରାଇଥିବାବେଳେ ଏହା ପଛକୁ ରହିଛି ସ୍ପେନ। ଏଠାରେ ୧୦ ହଜାର ୩୪୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆମେରିକାରେ ମୃତ୍ୟୁ ସଂଖ୍ୟା ୬ ହଜାର ୯୫ ହୋଇଛି। ସେହିପରି ଫ୍ରାନ୍ସରେ ୫ ହଜାର ୩୮୭, ଚୀନରେ ୩୩୨୨, ଇରାନରେ ୩୧୬୦, ବ୍ରିଟେନରେ ୨୯୨୧, ନେଦରଲାଣ୍ଡରେ ୧୩୩୯, ଜର୍ମାନୀରେ ୧୧୦୭ ଜଣଙ୍କ ଜୀବନ ଯାଇଛି।

ଅନ୍ୟପଟେ ସାରା ବିଶ୍ଵରେ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ଟପିଛି। ଏମାନଙ୍କ ଭିତରୁ ଆମେରିକାରେ ସର୍ବାଧିକ ଆକ୍ରାନ୍ତ ୨ଲକ୍ଷ ୪୫ ହଜାର ରହିଛନ୍ତି। ସେହିପରି ଇଟାଲୀରେ ୧ ଲକ୍ଷ ୧୫ ହଜାର ଏବଂ ସ୍ପେନରେ ୧  ଲକ୍ଷ ୧୨ ହଜାର ଆକ୍ରାନ୍ତ ହୋଇଛନ୍ତି।

Comments are closed.