ବିରଳ ଅସ୍ତ୍ରୋପଚାର ; ରୋଗୀଙ୍କ ପେଟରୁ ବାହାରିଲା ୧୧୬ଟି ଲୁହା କଣ୍ଟା ଓ ତାର

ନୂଆଦିଲ୍ଲୀ : ରାଜସ୍ଥାନର ବୁନନ୍ଦୀ ସରକାରୀ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି । ଏକ ଡାକ୍ତରୀ ଦଳ ଅସ୍ତ୍ରୋପଚାର କରି ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ୧୧୬ଟି ଲୁହା କଣ୍ଟା ଏବଂ ତାର ବାହାର କରିଛନ୍ତି । ସେହି କଣ୍ଟା ଗୁଡିକର ଲମ୍ବା ୬.୫ ସେମି ବୋଲି ଡାକ୍ତର ଅନିଲ ସାଇନ୍ କହିଛନ୍ତି ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ୪୨ ବର୍ଷୀୟ ଭୋଳା ଶଙ୍କର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା । ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ବେଳେ ତାଙ୍କ ପେଟରୁ ୧୧୬ଟି କଣ୍ଟା ଓ ଏକ ଲୁହା ତାରା ବାହାରିଥିଲା। ଯାହା ସେଠାରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ଚକିତ କରିଥିଲା। ଏହି ବିରଳ ଅସ୍ତ୍ରୋପଚାର ସୋମବାର ହୋଇଥିଲା। ଅସ୍ତ୍ରୋପଚାର ପରେ ଭୋଳା ଶଙ୍କର ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

Comments are closed.