ଦେଶରେ ୧୧,୪୫୧ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ୨୬୬ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୧୧,୪୫୧ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୨୬୬ ଜଣ କୋଭିଡ ରୋଗୀଙ୍କର ମୃତ୍ୟୁଘଟିଛି । ଏଥିସହିତ ସେହି ସମୟ ମଧ୍ୟରେ ୧୩,୨୦୪ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୩,୩୭,୬୩,୧୦୪ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୧,୪୨,୮୨୬ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧.୩୨% ଓ ସାପ୍ତାହିକ ହାର ୧.୨୬% ରହିଛି । ଅନ୍ୟପକ୍ଷରେ ଆରୋଗ୍ୟ ହାର ୯୮.୨୪% ରହିଥିବା ଜଣାଯାଇଛି । ଏପର୍ଯ୍ୟନ୍ତ ମୋଟ ୬୧.୬୦ କୋଟି ନମୁନା ପରୀକ୍ଷା କରାଯାଇସାରିଲାଣି । ସେହିଭଳି ଦେଶରେ ଏଯାଏ ମୋଟ ୧୦୮.୪୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି ।

Comments are closed.