ଦେଶରେ ୧୧,୧୦୬ ନୂଆ କରୋନା ରୋଗୀ; ୪୫୯ ମୃତ

ନୂଆଦିଲ୍ଲୀ: ଦିନକ ମଧ୍ୟରେ ଦେଶରେ ୧୧,୧୦୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ସମୟ ମଧ୍ୟରେ ୧୨, ୭୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫୯ ଜଣଙ୍କର ମୃତ୍ୟୁ ଘଟିଛି । ସଂପ୍ରତି ଦେଶରେ ୧,୨୬,୬୨୦ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଦୈନିକ ସଂକ୍ରମଣ ହାର ୦.୯୮% ଓ ସାପ୍ତାହିକ ସଂକ୍ରମଣ ହାର ୦.୯୨% ରହିଛି । ଏପର୍ଯ୍ୟନ୍ତ ମୋଟ ୬୨.୯୩ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗୁରୁବାର ସଂଧ୍ୟା ସୁଦ୍ଧା ୧,୧୫,୨୩,୪୯,୩୫୮ ପାନ କୋଭିଡ ଟିକା ଦିଆଯାଇଛି । କେବଳ ଗୁରୁବାର ଦିନ ୭୨.୯୪ ଲକ୍ଷରୁ ଅଧିକ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ।

Comments are closed.