କଳାହାଣ୍ଡିରୁ ୧୧ କରୋନା ପଜିଟିଭ୍ ଚିହ୍ନଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାକୁ ପୁଣି କୋରନା ଫେରିଲା । ଗୋଟିଏ ଦିନରେ ୧୧ ପଜିଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରେ ଲାଞ୍ଜିଗଡ ବ୍ଲକର ବସନ୍ତପଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ଗତ ୧୫ ତାରିଖ ଦିନ ସୁରଟ ଓ ଛତିଶଗଡରୁ ଆସି ଥିବା ୬ ଜଣ ଶ୍ରମିକଙ୍କ ସହିତ ସେହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ମୋଟ ୭ ଜଣ । ସେହିପରି ମହାରାଷ୍ଟ୍ର ଓ ଛତିଶଗଡରୁ ଆସିଥିବା ୪ ଜଣ ଶ୍ରମିକ ଭବାନୀପାଟଣା ଶଗଡା ଅସ୍ଥାୟୀ ସ୍ୱାସ୍ଥ୍ୟ ବା ସଂଗରୋଧ କେନ୍ଦ୍ରରେ  ରହିଥିଲେ ।

ଗତ ୧୬ ତାରିଖ ଦିନ ସେମାନଙ୍କ ସ୍ୱାବ ପରୀକ୍ଷା ପାଇଁ ଭୂବନେଶ୍ୱର ଯାଇ ଥିଲା । ବୁଧବାର ୨୦ତାରିଖ ଦିନ ଏହି ୧୧ ଜଣ ଙ୍କ ନମୁନା ପଜିଟିଭ୍ ଥିବା ପରୀକ୍ଷା ରିପୋର୍ଟ ଆସିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କୁ ସ୍ୱତନ୍ତ୍ର ଗାଡି ଅଣା ଯାଇ ଭବାନୀପାଟଣା ସ୍ଥିତ ସରକାରୀ ଇଂଜିନିୟରିଂ କଲେଜର ନିର୍ମିତ କୋଭିଡ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ବୋଲି ସିଡିଏମ୍ଓ ଡା. ଜଗୁଲାଲ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

Comments are closed.