ରାଜ୍ୟରେ ୫୦୦ ଟପିଲା ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଏହାରି ମଧ୍ୟରେ ରାଜ୍ୟରେ ୫୦୦ ପାର୍‌ କରିଛି କରୋନା ମୃତକଙ୍କ ସଂଖ୍ୟା। ଆଜି ପୁଣି ୧୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।


ରାଜ୍ୟରୁ ଆଜି  ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ରାୟଗଡ଼ା ଓ ମୟୂରଭଞ୍ଜ ଜିଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ରହିଥିବା ବେଳେ କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.