ଝାରସୁଗୁଡ଼ାରେ ପୁଣି ୧୧ କରୋନା ସଂକ୍ରମିତ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାରେ ପୁଣି ୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୭୨ରେ ପହଞ୍ଚିଛି।
ମିଳିଥିବା ସୂଚନା ଅନୁସାରେ, ଜଣେ ୪୮ ବର୍ଷିୟ ବ୍ୟକ୍ତି ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଗତ ୩ ତାରିଖରେ ନିଜ ଭାଇଙ୍କ ଶବ ସହିତ କାରରେ କୋଲାବିରା ବ୍ଲକ ରଘୁନାଥପାଲି ଗ୍ରାମକୁ ଆସିଥିଲେ। ନିଜଘରେ ସେ ସଂଗରୋଧରେ ଥିଲେ। ତାଙ୍କର ସ୍ୱାବ ନମୁନାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିପରି ଅନ୍ୟ ଜଣେ ସଂକ୍ରମିତ ହେଉଛନ୍ତି ଜଣେ ମହିଳା(୪୯ ବର୍ଷ)। ସେ ଜାମସେଦପୁର, ଝାରଖଣ୍ଡରୁ କାର ଯୋଗେ ରଘୁନାଥପାଲିକୁ ୬ ତାରିଖରେ ଆସି ପହଞ୍ôଚଥିଲେ। ସେ ରଘୁନାଥପାଲି ଉଚ୍ଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଥିଲେ।

ବିଜୟ ନଗର ,ଆନ୍ଧ୍ରପ୍ରଦେଶରୁ ଜଣେ ୧୯ ବର୍ଷୀୟ ଯୁବକ ଗତ ଜୁନ ୨୬ରୁ ଆସି ଝାରସୁଗୁଡ଼ା ବାବୁଆବଗିଚାରେ ଗୃହ ସଂଗରୋଧରେ ଥିଲେ । ସେ ସଂକ୍ରମିତ ହୋଇଛନ୍ତି। ସେହିପରି ବିହାରର ଭାଗଲପୁରରୁ ବୋଲେରୋ ଯୋଗେ ଏକାତାଲିକୁ ଆସିଥିବା ଗୋଟିଏ ପରିବାରର ୫ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ସମସ୍ତେ ଝରିଆନାଏର ସଂଗରୋଧ କେନ୍ଦ୍ରରେ ଥିଲେ ।
ସେହିପରି ଗତ ୪ ତାରିଖରେ ଗଂଜାମ ଜିଲ୍ଲା ଆସ୍କାରୁ କାର ଯୋଗେ ଫେରି ବନ୍ଧବାହାଲ ଉଚ୍ଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଥିବା ୩ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ସମସ୍ତଙ୍କୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ସମ୍ପର୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏଥି ସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୭୨ରେ ପହଁଚିଛି । ଅଧିକାଂଶ ସଂକ୍ରମିତ ବାହାର ରାଜ୍ୟରୁ ଫେରିଥିଲେ। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ୪୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେମାନେ କୋଭିଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।

Comments are closed.