୧୧ ଡକାୟତ ଗିରଫ, ନଗଦ ଟଙ୍କା ଓ ଅଳଙ୍କାର ସହ ମାରଣାସ୍ତ୍ର ଜବତ

ଧର୍ମଶାଳା ପୋଲିସର ସଫଳତା

ଯାଜପୁର :  ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା ମିଳଛିି । ୧୧ ଜଣ ଡକାୟତ ଗିରଫ ହେବା ସହ ସେମାନଙ୍କ ନିକଟରୁ ନଗଦ ୫ଲକ୍ଷ ୮୯ ହଜାର ଶହେ ଟଙ୍କା, ୭୬ଗ୍ରାମ ସୁନା, ୧୨ କେଜି ରୂପା, ଗୋଟିଏ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର, ୧୧ଟି ମୋଇବାଇ, ୪ଟି ବାଇକ ଜବତ ହୋଇଛି।  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଠାରେ ଗତ ୬ ତାରିଖ ରାତିରେ ଏକ ଜଏୁଲାରୀ ବ୍ୟବସାୟୀ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ୩ ଜଣ ଡକାୟତ ଭୁଜାଲୀରେ ଆକ୍ରମଣ କରି ସୁନା, ରୁପା ଓ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଧର୍ମଶାଳା ପୁଲିସ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପକ୍ତୃ ୧୧ ଜଣ ଡକାୟତଙ୍କୁ ଗିରଫ କରିଛି। ଯାଜପୁର ଜିଲ୍ଲା ସମେତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଏକାଧିକ ଅପରାଧତ୍କ ମାମଲା ରହିଛି।  ବିଶେଷ କରି ଏହି ଡକାୟତି ଗ୍ୟାଙ୍କ ଜୁଏଲାରୀ ସପ୍‌, ପେଟ୍ରୋଲ ପମ୍ପ ଓ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଗୁଡକିୁ ଟାର୍ଗେଟ୍ କରିଥାନ୍ତି। ଜିଲ୍ଲା ପୋଲିସକୁ ଏହି ଡକାୟତି ଗ୍ୟାଙ୍ଗକୁ ଠାବ କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡିଥିଲା । ଗିରଫ ପରେ ଡକାୟତମାନଙ୍କୁ ଶନିବାର କୋର୍ଟ ଚାଲାଣ କରଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ଏସପି ଚରଣ ସିଂହ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comments are closed.