ଡେନଭର ପ୍ରାଣୀ ଉଦ୍ୟାନରେ ୧୧ଟି ସିଂହ ,୨ ଟି ହେଟାବାଘ କରୋନା ସଂକ୍ରମିତ

ୱାଶିଂଟନ : ଆମେରିକାର ଡେନଭର ପ୍ରାଣୀ ଉଦ୍ୟାନରେ ୧୧ ଟି ସିଂହ ଏବଂ ୨ ଟି ହେଟାବାଘ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି। ଆମେରିକାର ଜାତୀୟ ପ୍ରାଣୀ ଚିକିତ୍ସା ସେବା ପରୀକ୍ଷାଗାର ଦ୍ୱାରା କୁହାଯାଇଛି ,ଡେନଭର ପ୍ରାଣୀ ଉଦ୍ୟାନର ୨ ଟି ହେଟାବାଘ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କରୋନାରେ ହେଟାବାଘ ସଂକ୍ରମିତ ହେବା ଏହା ପ୍ରଥମ ଘଟଣା। ସୂଚନା ପ୍ରଦାନ କରି ଜାତୀୟ ପ୍ରାଣୀ ଚିକିତ୍ସା ସେବା ପରୀକ୍ଷାଗାର (ଏନବିଏସଏଲ) କହିଛି ଯେ ପ୍ରାଣୀ ଉଦ୍ୟାନର ଅନେକ ସିଂହ ଅସୁସ୍ଥ ହେବା ପରେ ପରୀକ୍ଷା ପାଇଁ ବହୁ ପ୍ରାଣୀଙ୍କ ନମୁନା ନିଆଯାଇଥିଲା।
ହେଟାବାଘ ବ୍ୟତୀତ ୧୧ ଟି ସିଂହ ଏବଂ ୨ ଟି ବାଘ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। କରୋନା ଅଧୀନରେ ଆସୁଥିବା ପଶୁମାନଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।
ସେହିପରି ଏବେ କିଛି ସ୍ଥାନରେ ଗୃହପାଳିତ କୁକୁର ଓ ବିଲେଇ ମଧ୍ୟ କରୋନା ସଂକ୍ରମିତ ହେଉଥିବା ଜଣାପଡିଛି।

Comments are closed.