ପାନ ଦିବସ ପାଳିତ: ତମ୍ବାଖୁ ବର୍ଜନ, ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ୱ

ସମ୍ବଲପୁର: ଭାରତୀୟ ସଂସ୍କୃତିରେ ପାନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ପୂଜାପାଠରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ ପରମ୍ପରା ଓ ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ପାନ ଏକ ପ୍ରମୁଖ ଏକ ଅଂଶ ବିଶେଷ। ତେବେ ସମୟ କ୍ରମେ ତମ୍ବାଖୁର ବ୍ୟାପକ ପ୍ରଚଳନ ଯୋଗୁଁ ପାନ ତାର ମୂଳ ସ୍ୱରୂପ ଠାରୁ ଦୁରେଇବା ସହିତ ଆଗ୍ରହ ହରାଇ ଚାଲିଛି।

ପାନ ବନ୍ଧୁତା, ଆତ୍ମିୟତା, ଔଷଧିୟ ଗୁଣଯୁକ୍ତ ଓ ଅନେକ ବ୍ୟକ୍ତିଙ୍କ ପାଇଁ ରୋଜଗାରର ସାଧନ ହୋଇଥିଲେ ସୁଦ୍ଧା ତମ୍ବାଖୁ ଯୋଗୁଁ ବର୍ତ୍ତମାନ ପାନ ତାର ଅସଲ ସ୍ୱାଦକୁ ହରାଇ ଚାଲିଛି। ଏଭଳି ସ୍ଥିତିରେ ପାନ ପ୍ରତି ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି ସହିତ ତମ୍ବାଖୁ ବର୍ଜନ ନେଇ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ରବିବାର ଆୟୋଜିତ ‘କଲମ’ ପରିବାର ପକ୍ଷରୁ ପାନ ଦିବସ ଅବସରରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ମ୍ୟୁନିସିପାଲିଟି ଛକ ଠାରେ କଲମ ପରିବାର ପକ୍ଷରୁ ଆୟୋଜିତ ପାନ ଦିବସ ଅବସରରେ ଅନୁଷ୍ଠାନର ସଭାପତି ଜୟକୃଷ୍ଣ ବେହେରା ଅଧ୍ୟକ୍ଷତା କରିଥିଲେ। ଆବାହକ ତଫିଜୁଲ ହୁସେନ ପ୍ରାରମ୍ଭିକ ସୂଚନା ସହିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ସମ୍ପାଦକ କମଲ ଲୋଚନ ପଣ୍ଡା ମନ୍ତ୍ରପାଠ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ରୂପେ ଆକାଶବାଣୀ ଓ ଦୂରଦର୍ଶନର କାର୍ଯ୍ୟକ୍ରମ ମୁଖ୍ୟ ମନୋଜ ପୂଜାରୀ, ସୁଶାନ୍ତ ମିଶ୍ର, ଲକ୍ଷ୍ମୀ ନାରାୟଣ ପଣ୍ଡା, ଐତିହାସିକ ଦୀପକ କୁମାର ପଣ୍ଡା, ଡ. ସତ୍ୟନାରାୟଣ ଠାକୁର, ଜ୍ଞାନବ୍ରତ ଭୋଇ, ସମୀର ରଞ୍ଜନ ବାବୁ ଓ ଜୟନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଉପ ସଭାପତି ଲଳିତ ବେବର୍ତ୍ତା ପାନ ଉପରେ କବିତା ପାଠ ଓ ସଙ୍ଗୀତ କାର୍ଯ୍ୟକ୍ରମ କରାଯାଇ ତମ୍ବାଖୁ ବର୍ଜନ ଓ ସୁସ୍ଥ ସମାଜ ଗଠନ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।

କାର୍ଯ୍ୟକ୍ରମରେ ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ସବିତା ମିଶ୍ର, ପଙ୍କଜିନୀ ମେହେର, ମମତା ନାଥ, କୃଷ୍ଣ ଚନ୍ଦ୍ର ବାଗ, ପଙ୍କଜିନୀ ନାୟକ, ସୁର୍ଯ୍ୟ ପାଣିଗ୍ରାହୀ, ବିଶେଷ କୁମାର ପଣ୍ଡା, କାହ୍ନୁ କେଶବ ବହିଦାର, ଡ. ପ୍ରଭାସ ଦେବତା, ରାଧାକାନ୍ତ ଭୋଇ, ସାଲେଗ୍ରାମ ପରିଡା, ରତ୍ନାକର ଭୋଇ, ନ୍ୟୁଟନ ରାୟ, ବିରାଜ କୁମାର ମିଶ୍ର, ବିଭୁତି ଭୂଷଣ ମିଶ୍ର, ବାବଲୁ ବାଗ, ତ୍ରିଲୋଚନ ତ୍ରିପାଠୀ, ସୁବ୍ରତ ମହାନ୍ତି, ସୌମିକ ବାବୁ, ଶଙ୍କର ବେହେରା, ସୁବାଶିଷ ପାଢ଼ୀ, ମୁକେଶ ଜରିୱାଲ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଜ୍ୟୋତି ରଞ୍ଜନ ନାୟକ, ଯଜ୍ଞଦତ୍ତ ଜ୍ୟୋତିଷ, ଦିଦେଶ ମହାନ୍ନଦ, ଆକାଶ ସୂପକାର, ତେଜସ୍କର ମହାପାତ୍ର ଓ ନରସିଂହ ବଗର୍ତ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Comments are closed.