ଟିକା ନେବେ ମାଟ୍ରିକ୍ ପିଲା

ଭୁବନେଶ୍ୱର: କରୋନା ଟିକା ନେବେ ମାଟ୍ରିକ ପିଲା । ଆସନ୍ତା ୮ ତାରିଖ ପରେ ମାଟ୍ରିକ ପିଲା ଟିକା ନେବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ବିବୃତି ଅନୁଯାୟୀ ଆସନ୍ତା କାଲିଠାରୁ ସାରା ଦେଶରେ ୧୫ରୁ ୧୮ ବର୍ଷୀୟ ପିଲାଙ୍କ ଟିକାକରଣ ହେବ ।

ଟିକା ନେବା ପାଇଁ ୩ଲକ୍ଷ ୧୫ହଜାର ୪୧୬ଜଣ ପିଲା ପଞ୍ଜୀକରଣ କରିଛନ୍ତି । ୧୦କୋଟି ପିଲାଙ୍କୁ ଟିକାକରଣ ଦିଆଯିବାକୁ ଲକ୍ଷ୍ୟ କରାଯାଇଛି । ହେଲେ ଓଡ଼ିଶାରେ କିନ୍ତୁ ୮ତାରିଖ ପରେ ମାଟ୍ରିକ ପିଲାମାନେ ଟିକା ନେବେ । ତେବେ ପିଲାଙ୍କ ଆଗାମୀ ପରୀକ୍ଷାକୁ ଦୃଷ୍ଟିରେ ରଖି ୮ ତାରିଖ ପରେ ଟିକାକରଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

Comments are closed.