ସକାଳ ୧୦ଟା ମୁଖ୍ୟ ଖବର

(୧) ସବୁଠାରୁ ଶକ୍ତିଶାଳୀ ଆଣବିକ ଶକ୍ତି ହେବ ଉତ୍ତର କୋରିଆ… ବିଶ୍ୱକୁ ପୁଣି ବାର୍ତ୍ତା ଦେଲେ କିମ ଜୋଙ୍ଗ ଉନ୍… ୧୦ ହଜାର ସାମରିକ ଅଧିକାରୀଙ୍କୁ କଲେ ଉତ୍ସାହିତ… ସର୍ବଭାମତ୍ୱକୁ ଦୃଢ଼ ଭାବରେ ରକ୍ଷା କରିବା ପାଇଁ ଆଣବିକ ଶକ୍ତି ନିର୍ମାଣ କରୁଥିବା ନେଇ କହିଲେ କିମ୍…
(୨) କମ୍ପୁଛି ପଦ୍ମପୁର ମାଟି… ଘନ ଘନ ପ୍ରଚାର କରୁଛନ୍ତି ହେଭିୱେଟ… ପ୍ରାର୍ଥୀଙ୍କ ପାଇଁ ମୈଦାନରେ ୩ ଦଳର ଜୋରଦାର ପ୍ରଚାର… ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ମନ୍ତ୍ରୀ… ବିଜେଡି ପ୍ରାର୍ଥୀ ପାଇଁ ମୈଦାନରେ ବିଧାୟକ ଓ ମନ୍ତ୍ରୀ… କଂଗ୍ରେସ ପ୍ରାର୍ଥୀ ପାଇଁ ପିସିସି ସଭାପତିଙ୍କ ସମେତ ପଦ୍ମପୁରରେ ଲାଗୁଛି ବଡ଼ ବଡ଼ ନେତାଙ୍କ ଭିଡ…
(୩) ଜେଲରେ ଜହ୍ଲାଦ ପ୍ରେମିକ… ଗତକାଲି ଅଫତାବର ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣି ଜେଲ ଗଲା ନରହନ୍ତା… ଆସନ୍ତା ୨୮ ତାରିଖରେ ହେବ ନାର୍କୋ ଟେଷ୍ଟ… ସେପଟେ ମିଳିଥିବା ଦେହାବଶେଷ ସହ ଶ୍ରଦ୍ଧାଙ୍କ ବାପା ବିକାଶଙ୍କ ଡିଏନଏ ମେଳ ଖାଇଥିବା ସୂଚନା…
(୪) ରାଜସ୍ଥାନର ଭରତପୁରରେ ନିର୍ମମ ହତ୍ୟା… ଘରେ ପଶି ୩ ଭାଇଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ… ଗାଁରେ ଗୋଷ୍ଠୀ ସଂଘର୍ଷ ପରେ ପଡୋଶୀ ଯୁବକଙ୍କ ଉନ୍ମତ କାଣ୍ଡ… ମୃତ ୩ଜଣଙ୍କ ମଧ୍ୟରେ ଜଣେ କନଷ୍ଟେବଳ ଥିବା ସୂଚନା…
(୫) ଦଶାହ ଭୋଜି ଖାଇବା ବେଳେ ମାଡ଼ିଗଲା କାର୍… ୧୮ଜଣ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ବିହାରର ସରନ ଜିଲ୍ଲାର ଘଟଣା… ଦ୍ରୁତଗତିରେ ଥିବା କାରଟି ଦୋକାନକୁ ଭାଙ୍ଗି ଲୋକଙ୍କ ଉପରକୁ ମାଡ଼ିଯାଇଥିବା ସୂଚନା…
(୬) ହାମିଲଟନରେ ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ… ଟସ ଜିତି ନ୍ୟୁଜିଲାଣ୍ଡର ଫିଲଡିଂ ନିଷ୍ପତ୍ତି… ଭାରତର ବ୍ୟାଟିଂ ପୂର୍ବରୁ ବର୍ଷା ସାଜିଲା ବାଧକ… ବର୍ଷା ପରେ ଆରମ୍ଭ ହେବ ମ୍ୟାଚ୍… ଆଜି ଭାରତ ପାଇଁ କର ବା ମର ପରିସ୍ଥିତି… ନ୍ୟୁଜିଲାଣ୍ଡ ବି ବିଜୟ ପାଇଁ ରଖିଛି ଲକ୍ଷ୍ୟ…
Comments are closed.