ମହାରାଷ୍ଟ୍ର ଭିଡ଼ ହିଂସା ମାମଲା: ୨ ସାଧୁ ଓ ଜଣେ ଡ୍ରାଇଭରଙ୍କୁ ପିଟି ହତ୍ୟା ଘଟଣାରେ ୧୦୧ ଗିରଫ

ମୁମ୍ବଇ: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଭିଡ଼ ହିଂସା ମାମଲାରେ ପୁଲିସ ୧୦୧ ଜଣଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶବ୍ୟାପୀ କରୋନା ଭୂତାଣୁକୁ ନେଇ ଲକଡାଉନ ଲାଗୁ ହୋଇଥିବାବେଳେ ଗତ ଶୁକ୍ରବାର ଏଠାରେ ଏକ ଲଜ୍ଜାଜନକ ଏବଂ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ପ୍ରାୟ ୨୦୦ ଲୋକ ମିଶି ୨ ଜଣ ସାଧୁ ଏବଂ ଜଣେ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିଥିଲେ। ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି, ପାଲଘର ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଘଟଣା ପରେ ପୁଲିସ ଏହାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏଭଳି ଲଜ୍ଜାଜନକ ଘଟଣାର ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦିଆଯିବ।

Comments are closed.