ରେଳବାଇ ଦ୍ୱାରା ୧୦,୦୦୦ ଟନ୍‍ ଅମ୍ଳଜାନ ପରିବହନ

ନୂଆଦିଲ୍ଲୀ: ଦେଶରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜରୁରୀ ଆବଶ୍ୟକ ସାମଗ୍ରୀ ଅମ୍ଳଜାନ ପରିବହନକୁ ଅଗ୍ରାଧିକାର ପ୍ରଦାନ କରୁଛି ଭାରତୀୟ ରେଳବାଇ। ଇତିମଧ୍ୟରେ ରେଳଯୋଗେ ଦେଶର ବିଭିନ୍ନ ସ୍ଥାନକୁ ୧୦,୦୦୦ ଟନ୍‍ ଅମ୍ଳଜାନ ପରିବହନ କରାଯାଇଥିବା ରେଳବାଇ ବୋର୍ଡର ଅଧ୍ୟକ୍ଷ ସୁନିତ ଶର୍ମା କହିଛନ୍ତି। ସେ କହିଛନ୍ତି ଯେ ରେଳବାଇ ପକ୍ଷରୁ ଏହି ସେବା ଏପ୍ରିଲ ୧୯ରେ ମୁମ୍ବଇରୁ ଆରମ୍ଭ ହୋଇଥିଲା। ଏବେ ତାହା ୧୩ଟି ରାଜ୍ୟକୁ ପରିବ୍ୟାପ୍ତ ହୋଇଛି। ରେଳବାଇ ପକ୍ଷରୁ ଅମ୍ଳଜାନ ପରିବହନ ପାଇଁ ସବୁଜ କରିଡର କରାଯିବା ସହିତ ଯଥାସମ୍ଭବ କମ୍‍ ସମୟରେ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ପରିବହନ କରାଯାଇ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

Comments are closed.